ରାୟଗଡା (ଏଟିଆର ବ୍ୟୁରୋ); ରାତିରେ ଘରୁ ଖାଇସାରି ଆସିଥିଲେ । ସକାଳୁ ମିଳିଲା ମୃତଦେହ । ଏହା ହତ୍ୟା ନା ଦୁର୍ଘଟଣା । ଯାହାକୁ ନେଇ ଉଠିଛି ପ୍ରଶ୍ନବାଚୀ । କିଭଳି ମୃତ୍ୟୁ ହୋଇଛି ଯୁବକଙ୍କର । ତେବେ ଏଭଳି ଦ୍ୱନ୍ଦଜନକ ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସିକରପାଇ ଗାଁରେ । ପୋଲ ପାଖରେ ଥିବା ଗାଧୁଆ ଘରୁ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଝଡିଆ ସାହିର କିରଣ ୱାଡକା । ପୋଲିସ ଖବର ପାଇବା ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଘଟଣାର ତଦନ୍ତ ଜାରି ।
ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ କିରଣ ଖାଇ ସାରିବା ପରେ ଗାଧୋଇବା ପାଇଁ ଘରୁ ସାଙ୍ଗ ସହିତ ଆସିଥିଲେ । ରାତିରେ ସେ ଅଶୁ ଘରକୁ ଫେରିନଥିଲେ । ପରିବାର ଲୋକ ଭାବିଥିଲେ କି ପୁଅ ସାଙ୍ଗ ଘରେ ରହିଛି । ତେବେ ସକାଳୁ ମଧ୍ୟ ସେ ଘରକୁ ନଫେରିବା ପରେ ପରିବାର ଲୋକ ଖୋଜାଖୋଜି କରିଥିଲେ । ଗାଁ ଲୋକ ଯୁବକଙ୍କୁ ପୋଲ ପାଖରେ ଥିବା ଗାଧୁଆ ଘରେ କିରଣଙ୍କ ମୃତ ଦେହ ଦେଖିଥିଲେ । ଏହାପରେ ସେମାନେ ପରିବାର ଲୋକ ଏବଂ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ସବୁ କିଛି ଦୂର ହୋଇଯିବ । ଭେଣ୍ଡାପୁଅର ଅକାଳରେ ମୃତ୍ୟୁ ହେବା ପରେ ଘରଲୋକ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି ।