ନୟାଗଡ (ଏଟିଆର ବ୍ୟୁରୋ); ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରୁ ଉଦ୍ଧାର ହେଲା ଅଜଣା ବ୍ୟକ୍ତିଙ୍କ ମୃତ ଦେହ । ତେବେ ତାଙ୍କୁ କେହି ହତ୍ୟା କରିଛି କି ଦୁର୍ଘଟଣା ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ୫୭ ନମ୍ବର ଜାତୀୟ ରାଜପଥ ସୁନାଖଳା ଥାନା ଅନ୍ତର୍ଗତ ଧୂମପାଳ ପୋଲଠାରେ ଖଣ୍ଡ ବିଖଣ୍ଡିତ ମୃତ ଦେହ ପଡିଥିଲା । ମୁଣ୍ଡରୁ ଗଣ୍ଡି ଅଲଗା ହୋଇପଡିଥିଲା । ସ୍ଥାନୀୟ ଲୋକ ମୃତଦେହକୁ ଦେଖିବା ପରେ ଭୟ କରିଯାଇଥିଲେ । ତେବେ ଏହି ବ୍ୟକ୍ତି ଜଣକ କିଏ ଭାବି ମୃତଦେହ ପାଖକୁ ଧାଇଁ ଯାଇଥିଲେ ଲୋକ । ତେବେ ରାସ୍ତା କଡରେ ମୃତ ଦେହ ପଡିଥିବାରୁ ଲୋକଙ୍କ ଭିଡ କ୍ରମଶଃ ବଢ଼ିବାରେ ଲାଗିଥିଲା ।
ରାସ୍ତା ଉପରେ ଗାଡି ଧାଡି ଧାଡି ହୋଇ ରହିଥିଲା । ପରେ ସ୍ଥାନୀୟ ସୁନାଖଳା ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚିଥିଲା । ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ତେବେ ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରିଛି କି କେହି ଦୁର୍ବୃତ୍ତ ମାରିବା ପରେ ଫୋପାଡି ପଳାଇଥିବା କୁହାଯାଉଛି । ପୋଲିସ ମୃତଦେହକୁ ଉଦ୍ଧାର କରିବା ପର୍ଯ୍ୟନ୍ତ ରକ୍ତ ଖସୁଥିବା ଦେଖିବାକୁ ମିଳିଥିଲା । ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି କହିଛି ପୋଲିସ ।