ଦୁବାଇ (ଏଟିଆର ବ୍ୟୁରୋ): ଖରା ଛୁଟି କାଟି ବେଶ୍ ଖୁସିରେ ଫେରୁଥିଲେ ଘରକୁ । ମାତ୍ର ସେହି ଖୁସି ଦୀର୍ଘ ସମୟ ପାଇଁ ରହିନଥିଲା । ସତେ ଯେମିତି ସେହି ଖୁସିରେ କାହାର ଖରାପ ନଜର ଲାଗି ଯାଇଥିଲା । ଯାହାଫଳରେ ଅଧା ରାସ୍ତାରେ ସଡକ ଦୁର୍ଘଟଣାର ଶିକାର ହେବାକୁ ପଡିଥିଲା । ଆଜ୍ଞା ହଁ ଏଭଳି ଏକ ହୃଦୟବିଦାରକୁ ଖବର ଦୁବାଇରେ ନଜର ଆସିଛି । କିଛି ଯାତ୍ରୀ ଓମାନରୁ ଛୁଟି କଟାଇ ଫେରୁଥିବା ବେଳେ ଶେଖ ମୋହମ୍ମଦ ବିନ ଜାୟେଦ ରୋଡରେ ଠାରେ ଯାତ୍ରବାହୀ ବସଟି ଦୁର୍ଘଟଣାଗସ୍ତ ଘଟିଛି । ଏହି ଦୁର୍ଘଟଣାରେ ପ୍ରାୟତଃ ୧୭ ଲୋକଙ୍କ ମୃତ୍ୟୁ ହୋଇଛି । ସେଥିମଧ୍ୟରୁ ୮ ଜଣ ଭାରତୀୟ ନାଗରିକ ଥିବା ଜଣାପଡିଛି । ଏଥିରେ ଅନେକ ଯାତ୍ରୀ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି ।
ଦୁବାଈ ପୋଲିସର କହିବାନୁଯାୟୀ, ଏହି ଯାତ୍ରୀବାହି ବସ୍ ଟି ମେଟ୍ରୋ ଷ୍ଟେସନ ପାଖରେ ଗାଇଡିଂ ବୋର୍ଡ ସହିତ ମାଡ ହୋଇ ଦୁର୍ଘଟଣାଗସ୍ତ ଘଟିଛି । ଏଥିରେ ୩୧ ଲୋକ ଯାତ୍ରା କରୁଥିଲେ । ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ ରାଶିଦ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାବ୍ୟତିତ ଏଥିରେ ମୃତ୍ୟୁ ବରଣ କରିଥିବା ୧୭ ଜଣ ବ୍ୟକ୍ତି ଅଲଗା ଅଲଗା ଦେଶର ।
ସେପଟେ ଭାରତୀୟ ଦୂତାବାସଙ୍କ କହିବାନୁଯାୟୀ, ଆମକୁ ଏହି ଖବର ଦେବା ପାଇଁ ଅତ୍ୟନ୍ତ ଦୁଃଖ ଲାଗୁଛି କି ସ୍ଥାନୀୟ ଅଧିକାରୀ ଏବଂ ସମ୍ପର୍କୀୟଙ୍କ ଅନୁଯାୟୀ ଏହି ବସ୍ ଦୁର୍ଘଟଣାରେ ଆଠ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।