କଟକ (ଏଟିଆର ବ୍ୟୁରୋ); ସାଙ୍ଗହୋଇ ପାଞ୍ଚଜଣ ସାଙ୍ଗ ହୋଇ ଗାଧୋଇବା ପାଇଁ ଯାଇଥିଲେ ନରାଜ । ୪ଜଣ ସୁରକ୍ଷିତ ଭାବରେ ପହଁଞ୍ଚିବା ବେଳେ ଆଉ ଜଣେ କୁଆଡେ ଭାସିଯାଇଛନ୍ତି । ତାଙ୍କର କୌଣସି ପତ୍ତା ମିଳୁନାହିଁ । ଅଗ୍ନିଶମ ବିଭାଗ କର୍ମଚାରୀମାନେ ଖୋଜାଖୋଜି କରୁଛନ୍ତି । ନିଖୋଜ ଛାତ୍ର ହେଲେ ଭିକି କୁମାର । ତାଙ୍କ ଘର ଝାରଖଣ୍ଡ । କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ଏକ ଘରୋଇ ଇଞ୍ଜିଂନିୟରିଂ ସ୍କୁଲରେ ପଢ଼ୁଥିଲେ ବୋଲି ଶୁଣିବାକୁ ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ ରବିବାର ଭିକି ଏବଂ ତାଙ୍କର ଚାରିଜଣ ସାଙ୍ଗ ମିଶି ମହାନଦୀକୁ ଗାଧୋଇବା ପାଇଁ ଆସିଥିଲେ । ନରାଜ ନିକଟରେ ସେମାନେ ମିଶି ମଜାରେ ଗାଧୋଉଥିଲେ । କିନ୍ତୁ ଅସାବଧାନତା ପାଇଁ ଭିକିଙ୍କ ଗୋଡ ଖସିଯାଇଥିଲା । ସେ ଖର ପାଣି ଭିତରକୁ ଟାଣି ହୋଇଯାଇଥିଲେ । ପ୍ରଥମେ ସାଙ୍ଗମାନେ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ । ଏହାପରେ ସ୍ଥାନୀୟ ଲୋକ ବଞ୍ଚାଇବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ । କିନ୍ତୁ ସେ ଗଭୀର ଜଳକୁ ଟାଣି ହୋଇଯାଇଥିଲେ ।
ସାଙ୍ଗମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପ୍ରାୟ ଅଧଘଣ୍ଟା ଖୋଜାଖୋଜି କରିଥିଲେ ସୁଦ୍ଧା ଭିକିଙ୍କୁ ପାଇନାହାଁନ୍ତି । ସୂଚନାଯୋଗ୍ୟ,ପୂର୍ବରୁ ଏଭଳି ବହୁ ଛାତ୍ର ଛାତ୍ରୀ ଗାଧୋଇବା ପାଇଁ ଆସି ନଦୀରେ ବୁଡିଯାଇ ପ୍ରାଣ ହରାଇଛନ୍ତି ।