(ଏଟିଆର ବ୍ୟୁରୋ): ଇଥିଓପିଆନ ଏୟାରଲାଇନର ବୋଇଙ୍ଗ ୭୩୭-୮୦୦ ଏମଏଏଏକ୍ସ ବିମାନ ଦୁର୍ଘଟଣାଗସ୍ତ ଘଟିଛି । ସ୍ଥାନୀୟ ଅଞ୍ଚଳର ସମୟ ଅନୁଯାୟୀ ବିମାନଟି ଏଡିସ୍ ଅବାବରୁ ସକାଳ ୮.୩୮ ରେ ଉଡାଣ ଭରିଥିଲା ଏବଂ ୮.୪୪ ରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବିମାନରେ ସମୁଦାୟ ୧୪୯ ଯାତ୍ରୀ ଏବଂ ୮ ଜଣ କ୍ରୁ ମେମ୍ବର ଯାତ୍ରା କରୁଥିବାର ଜାଣିବାକୁ ମିଳିଛି । ଏବେ ଖୋଜାଖୋଜି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ପୀଡିତଙ୍କ ପରିବାରଙ୍କୁ ସମ୍ବେଦନା ବ୍ୟକ୍ତ କରିଛନ୍ତି ଇତିଓପିଆର ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଅବି ଏହମଦ ଟ୍ୱିଟ୍ କରିଛନ୍ତି କି, ‘ସରକାର ଏବଂ ଇଥିଓପିଆର ଲୋକଙ୍କ ତରଫରୁ ମୁଁ ସେହି ପରିବାରଙ୍କ ପ୍ରତି ନିଜର ଗଭୀର ସମବେଦନା ବ୍ୟକ୍ତ କରୁଛି, ଯେଉଁମାନେ ଇଥିଓପିଆନ ଏୟାରଲାଇନ୍ ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ।’
ଦୁର୍ଘଟଣା ପରେ ପାଖାପାଖି ଅଞ୍ଚଳରେ ଖୋଜା ଖୋଜି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ସ୍ଥାନଟି ରାଜଧାନୀ ଠାରୁ ୬୦ କିଲୋମିଟର ଦୂର ଦକ୍ଷିଣ-ପୂର୍ବରେ ଅବସ୍ଥିତ । ବର୍ତ୍ତମାନ ଯାଏଁ ମୃତକଙ୍କ ସଂଖ୍ୟାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
ଏହି ଏୟାରଲାଇନ ଆଫ୍ରିକାର ଅନେକ ସ୍ଥାନକୁ ସେବା ଯୋଗାଇ ଥାଏ । ଯେଉଁଥିପାଇଁ ଏହା ମହାଦୀପରେ ବହୁତ ଲୋକପ୍ରିୟ । ଏହାସହିତ ଏହି ବିମାନଟି ଆଫ୍ରିକା ବାହାରେ ମଧ୍ୟ ଉଡାଣ ସଂଚାଳିତ କରିଥାଏ ।