ଭଦ୍ରକ (ଏଟିଆର ବ୍ୟୁରୋ); ଦିନେ ନୁହେଁ କି ଦୁଇ ଦିନ ନୁହେଁ ଲଗାତାର ୧୫ ଦିନ ହେବ ଗାଁରେ ଲାଗୁଛି ନିଆଁ । ଯାହାକୁ ଦେଖି ଗାଁଲୋକ ଭୟଭୀତ ହୋଇ ଯାଇଛନ୍ତି । ଲୋକମାନେ ଭୟରେ ଗଛ ମୂଳେ ଯାଇ ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି । ତେବେ ଏଭଳି ଅଭାବନୀୟ ଘଯଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଳକ ଅନ୍ତର୍ଗତ ଅଗେଇବେରା ଗାଁରେ । ନିଆଁ ଲାଗିବା ଦ୍ୱାରା ଗାଁର ଗୋଟିଏ ପରିବାର ସମ୍ପୂର୍ଣ୍ଣ ଭାବରେ ବାସ ହରା ହୋଇ ପଡିଛି । ମାତ୍ର ଏମାନଙ୍କୁ କୌଣସି ସରାକରୀ ସହାୟତା ମିଳି ନାହିଁ ଏବଂ କେହି ବି ସରକାରୀ ବାବୁ ଏମାନଙ୍କ ପାଖରେ ଠିଆ ହୋଇ ନାହାଁନ୍ତି ।
ତେବେ ଗାଁରେ ଲଗାତାର ୧୫ ଦିନ ନିଆଁ ଲାଗିବାରେ ଲାଗିଛି । ଏଣୁ ଗାଁ ଲୋକ ସମ୍ପୂର୍ଣ୍ଣ ଭାବରେ ଭୟଭୀତ ହୋଇ ଯାଇଛନ୍ତି । ଏଣୁ ଏମାନେ ଗୁଣିଗାରେଡି ହୋଇଥିବା ସନ୍ଦେହ କରୁଛନ୍ତି । ଗାଁ ଲୋକ ଗ୍ରାମ ଦେବତୀଙ୍କ ପାଖରେ ଭୋଗରାଗ ଲଗାଇବା ସହିତ ପୂଜାଚ୍ଚନା ଆରମ୍ଭ କରି ଦେଇଛନ୍ତି । ତେବେ ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡିନାହିଁ । କିନ୍ତୁ କୌଣସି ସରକାରୀ ସହାୟତା ଏମାନଙ୍କୁ ମିଳୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଖରା ଦିନ ଆସୁଥିବାରୁ ବାସହରା ଲୋକମାନେ ବହୁତ ଅସୁବିଧାର ସମୁଖୀନ ହେବେ । ଏଣୁ ଆଶା କରାଯାଉଛି ସରକାରୀ ବାବୁମାନେ ଉଚିତ ତଦନ୍ତ କରି ଏମାନଙ୍କୁ ସହାୟତା କରିବେ । ସେପଟେ ସରକାୀ ସହାୟତାକୁ ତାଚକ ଭଳି ଚାହିଁ ବସିଛନ୍ତି ଗାଁ ଲୋକ ।