ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାରାଷ୍ଟ୍ର ପୁଣେରେ ଥିବା ସେରମ ଇଂଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରହିଥିବା ବେଳେ ନିଆଁ କିଭଳି ଲାଗିଲା ସେନେଇ କୌଣସି କାରଣ ଜଣା ପଡି ନାହିଁ । ଏହାସହିତ ଘଟଣାସ୍ଥଳରେ ନିଆଁ ଲିଭାଇବାରେ ୧୦ ଟି ଅଗ୍ନିଶମ ଗାଡି ମୁତୟନ ରହିଛି । ସେରମ ଇଂଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ଗେଟ ନଂ ୧ ରେ ନିଆଁ ଲାଗିଛି । ନିଆଁର ପ୍ରକୋପ ଧୀରେ ଧୀରେ ବଢିବାରେ ଲାଗିଛି । ସେପଟେ କ୍ଷତି ବିଷୟରେ କୌଣସି ସୂଚନା ମିଳିପାରିନାହିଁ ।
ସୂଚନାଯୋଗ୍ୟ, ସେରମ୍ ଇଂଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପକ୍ଷରୁ କରୋନାକୁ ମାତ୍ ଦେବା ପାଇଁ କୋଭିସିଲ୍ଡ ଟୀକା ନିର୍ମାଣ କରାଯାଇଛି । କୋଟି କୋଟି ଟଙ୍କା ବ୍ୟୟରେ ନିକଟର ଏହି କୋଠା ନିର୍ମାଣ କରାଯାଇଥିଲା । କିନ୍ତୁ ଆଜି ଏହି କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।