ଖୋର୍ଦ୍ଧା (ଏଟିଆର ବ୍ୟୁରୋ); ପ୍ରାଣନାଥ କଲେଜରେ ଅଗ୍ନିକାଣ୍ଡ । ଯୁକ୍ତ ଦୁଇ ଖାତା ଦେଖା ବେଳେ ଲାଗିଛି ନିଆଁ । ତେବେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ଇଲେକ୍ଟ୍ରି ସର୍ଟ ସର୍କିଟି ପାଇଁ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଁଞ୍ଚିବା ପୂର୍ବରୁ କଲେଜ କର୍ମଚାରୀ ନିଆଁକୁ ଆୟତ କରିଥିଲେ । କିନ୍ତୁ କଲେଜର ନିଆଁ ଲାଗିଥିବା ମୈତ୍ରୀ ଭବନରେ ଧୂଆଁ ଭରି ରହିଥିଲା । ଯାହାକୁ ଦେଖି ପ୍ରଥମେ ସମସ୍ତେ ଭୟ କରିଯାଇଥିଲେ ।
ମିଳିଥିବା ସୂଚନା ମୁତାବକ ଗୁରୁବାର ସକାଳ ସମୟରେ ମୈତ୍ରୀ ଭବନରେ ଖାତା ଦେଖା ହେଉଥିଲା । ହଠାତ ନିଆଁ ବାହାରିଥିବା ଦେଖିବା ପରେ ଭୟ କରିଯାଇଥିଲେ ପରୀକ୍ଷକ । ପରେ କଲେଜ କର୍ମଚାରୀଙ୍କୁ ଖବର ଦେବା ପରେ ସେମାନେ ସଙ୍ଗେ ସଙ୍ଗେ ମେନ ସୁଇଚକୁ ବନ୍ଦ କରି ଦେଇଥିଲେ । ଫଳରେ ଏକ ବଡ ବିପଦ ଟଳି ଯାଇଛି । କାରଣ ଯଦି ନିଆଁ ଲାଗି ଖାତା ନଷ୍ଟ ହୋଇଥାଆନ୍ତା ତେବେ ବହୁତ ଅସୁବିଧାର ସମୁଖୀନ ହେବାକୁ ପଡିଥାଆନ୍ତା ।
ଏହି ଅଗ୍ନିକାଣ୍ଡରେ କେବଳ କିଛି ତାର ପୋଡି ଯାଇଛି । ନିଆଁ ଲାଗିବା ଖବର କଲେଜ କର୍ମଚାରୀ ଜାଣିବା ପରେ ସେମାନେ ଅଗ୍ନିଶମ ବିଭାଗକୁ ଜଣାଇଥିଲେ । କିନ୍ତୁ ସେମାନେ ଆସିବା ପୂର୍ବରୁ ସବୁକିଛି ଠିକ ହୋଇଯାଇଥିଲା । ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ବିଭ୍ରାଟ ହୋଇଥିଲେ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷାରେ କିଛି ତୃଟି ହୋଇନାହିଁ । କଡା ସୁରକ୍ଷାରେ କରାଯାଇଥିଲା ପରୀକ୍ଷା ।