ଜୟପୁର (ଏଟିଆର ବ୍ୟୁରୋ): ଭୟାବହ ଅଗ୍ନିକାଣ୍ଡରେ ଘରର ୪ ଜଣ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏଭଳି ଏକ ଅଭାବନୀୟ ଦୃଶ୍ୟ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ଦେଖିବାକୁ ମିଳିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ନାବାଳିକା ଥିବା ଜଣାପଡିଛି ।
ସେପଟେ କିଭଳି ଭାବେ ଘରେ ନିଆଁ ଲାଗିଲା ସେନେଇ କୌଣସି କାରଣ ସାମ୍ନାକୁ ଆସି ନାହିଁ । ଘଟଣାରେ ଚିନସୁରାହ ପୋଲିସ ଥାନାର ଜଣେ ଅଧିକାରୀ କହିଛନ୍ତି କି, ‘ଏହି ଘଟଣାଟି ଗୁରୁବାର ଦିନ ଘଟିଛି । ଘରର ମୁଖିଆ ସୁରତ ଅଲ୍ଲୀ (୪୨), ତାଙ୍କ ପତ୍ନୀ ରାଜିନା ବେବି (୩୬), ବଡ ଝିଅ ଆରଫିନ୍ ୟାସ୍ମିନ (୧୩) ଏବଂ ସାନ ଝିଅ ଆସିୟାନା ଖାତୁନ (୬) ଚନ୍ଦନପୁର ଅଞ୍ଚଳରେ ରହୁଥିବା ଘରେ ଜଳି ଯାଇଛନ୍ତି ।’
ସୁରତ ଅଲ୍ଲୀଙ୍କର କୌଣସି ପ୍ରକାର ମାନସିକ ସମସ୍ୟାର ଚିକିତ୍ସା ଚାଲିଥିଲା । ଏଭଳି ଅବସ୍ଥାରେ କୌଣସି ବାହାର ସଦସ୍ୟ ଘରେ ନିଆଁ ଲଗାଇଥିବେ ବୋଲି ସନ୍ଦେହ କରାଯାଇ ପାରୁ ନାହିଁ । ଯେପର୍ଯ୍ୟନ୍ତ ନିଆଁ ଲାଗିବା ଏବଂ ଅନ୍ୟ ବିବରଣୀ ବିଷୟରେ କାରଣ ନମିଳିଛି ସେପର୍ଯ୍ୟନ୍ତ କିଛି କରିହେବ ନାହିଁ ।