ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଦିଲ୍ଲୀରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନୂଆଦିଲ୍ଲୀ ସ୍ଥିତ ପିରାଗଢିରେ ଆଜି ଭୋରୁ ଭୋରୁ ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଛି । ଖବର ପାଇ ଅଗ୍ନିଶମ ବିଭାଗ ଟିମ୍ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଥିବା ବେଳେ, ଅଚାନକ୍ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ ହୋଇ ବିଲ୍ଡିଂର କାନ୍ଥ ଭୁଷୁଡିଥିଲା । ଏଥିରେ ବିଲ୍ଡିଂର ଅନେକ ଲୋକ ସମେତ ଦମକଳ କର୍ମଚାରୀ ବି ଫସି ରହିଛନ୍ତି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଏଭଳି ଅଭାବନୀୟ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି ମୁଁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିନିକ୍ କରି ନଜର ରଖିଛି । ଦମକଳ ବାହିନୀ ସେମାନଙ୍କର ପ୍ରୟାସ ଜାରି ରଖିଛନ୍ତି । ଏହି ଦୁର୍ଘଟଣାରେ ଯେଉଁ ଲୋକ ଫସି ରହିଛନ୍ତି, ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ପ୍ରାର୍ଥନା କରୁଛି ।
ଏହାପୂର୍ବରୁ ଦିଲ୍ଲୀରେ ଦୁଇ ଦୁଇଟି ବଡ ବଡ ଅଗ୍ନିକାଣ୍ଡ ହୋଇ ସାରିଛି । ପ୍ରଥମରେ ଅନାଜମଣ୍ଡି ଥିବା ଏକ ଫ୍ୟାକ୍ଟ୍ରିରେ ନିଆଁଲାଗି ୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦ୍ୱିତୀୟରେ କିରାଡିର ଏକ ଫ୍ୟାକ୍ଟିରେ ନିଆଁ ଲାଗି ୯ ଜଣଙ୍କର ମୃତ୍ୟୁ ହୋଇଥିଲା ।