ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କଡକଡୁମ୍ମା ସ୍ଥିତ ଦିଲ୍ଲୀ ସ୍ୱାସ୍ଥ୍ୟ ସେବା ମହାନିଦେଶାଳୟ ଅଫିସରେ ନିଆଁ ଲାଗିଯାଇଛି । ଫଳରେ ହୁତୁ ହୁତୁ ହୋଇ ଅଫିସ ଜଳୁଥିବାର ଦେଖା ଯାଇଛି । ଖବର ପାଇ ଦମକଳ ବାହିନୀ ଟିମ୍ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।
ଅଫିସର ଚର୍ତୁଦିଗକୁ ଏବେ ନିଆଁ ବ୍ୟାପି ଯାଇଛି । ଯାହାଫଳରେ ନିଆଁକୁ ଆୟତ କରିବା କଷ୍ଟ କର ହୋଇପଡିଛି । ସ୍ଥିତି ଅସମ୍ଭାଳ ହେବାରୁ ଦମକଳ ବିଭାଗ ପକ୍ଷରୁ ୨୨ ଟି ଦମକଳ ଗାଡି ସମେତ ୬୦ ଜଣ ନିଆଁ ଲିଭାଣିଙ୍କୁ ଘଟଣାସ୍ଥଳକୁ ପଠାଯାଇଛି ।
ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତି ଆହତ ହୋଇଥିବା କଥା ଏପର୍ଯ୍ୟନ୍ତ ଜଣା ପଡି ନାହିଁ । କିନ୍ତୁ ଏଥିରେ ଅନେକ କ୍ଷତି ହୋଇ ଅନୁମାନ କରାଯାଉଛି । ଏହି ଞ୍ଚଘଟଣାରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯିବା ସହ ସେପଟେ କିଭଳି ଭାବେ ବିଲ୍ଡିଂ ରେ ନିଆଁ ଲାଗିଲା ସେ ନେଇ କୌଣସି କାରଣ ଜଣା ପଡି ନାହିଁ ।