ରାଉରକେଲା ( ଏଟିଆର ବ୍ୟୁରୋ): ମୁମ୍ବାଇ – ହାୱଡା ଲୋକମାନ୍ୟ ତିଲକରେ ଆଜି ନିଆଁ ଲାଗିଥିଲା । ନିଆଁରେ କାହାର କିଛି କ୍ଷତି ହୋଇନାହିଁ । ବଗିତଳୁ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ଭୟଭିତ ହୋଇ ଚେନ ଟାଣିବା ଫଳରେ ନିଆଁ ଲାଗିବା କଥା ଜଣାପଡିଛି । ଲୋଟପାହାଡ଼-ଚକ୍ରଧରପୁର ମଧ୍ୟରେ ଏସ-୧୧ ବଗି ତଳୁ ଧୁଆ ବାହାରୁଥିବା ଦେଖି ଭୟରେ ଟ୍ରେନର ଚେନ ଟାଣି ଲୋଟପାହାଡ଼ ପାଖରେ ଅଟକାଇ ଥିଲେ। ଟ୍ରେନରେ ନିଆଁ ଲାଗିଥିବା ଜାଣି କିଛି ଲୋକ ଟ୍ରେନ ଅଟକିବା ପୂର୍ବରୁ ଟ୍ରେନର ଡେଇଁ ପଡିଥିଲେ ।
ତେବେ ଏହି ଦୂର୍ଘଟଣାରେ କହାର କିଛି କ୍ଷତି ହୋଇନଥିବା ସୂଚୀନା ମିଳିଛି । ଘଟଣାକୁ ନେଇ ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ । ଟ୍ରେନ ସେଠାରେ ପ୍ରାୟ ୪୫ ମିନିଟରୁ ଅଧିକ ସମୟ ଅଟକିଥିଲା । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲା । ତେବେ ନିଆଁ ଲିଭିବା ପରେ ଟ୍ରେନଟି ପୁଣି ଗନ୍ତବ୍ୟ ସ୍ତଳ ଅଭିମୁଖେ ଯାତ୍ରା କରିଥିଲା । ସାଢେ ୧୦ଟା ବେଳେ ଏହି ଘଟଣା ଘଟିଛି । ତେବେ ପ୍ରାଥମିକ ତଦନ୍ତରୁ ହାଟ ଏକସେଲ ଯୋଗୁ ଟ୍ରେନ୍ରୁ ଧୂଆଁ ବାହାରୁଥିବା ଜଣାପଡ଼ିଛି। ନିଆଁ କଥା ଶୁଣି ଟ୍ରେନରୁ ଲୋକେ ଡେଇଁ ପଡିବା କୌଣସି ଦୂର୍ଘଟଣା ଘଟିନାହିଁ । ତେବେ ଏକ ବଡ ଦୂର୍ଘଟଣାରୁ ଲୋକମାନ୍ୟ ତିଳକ ଅଳ୍ପକେ ବର୍ତ୍ତି ଯାଇଛି ।