ରାଉରକେଲା (ଏଟିଆର ବ୍ୟୁରୋ); ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁର୍ଘଟଣାର ପରିମାଣ । ପ୍ରତ୍ୟେକ ଦିନ ଟ୍ରକ୍ ଦୁର୍ଘଟଣା ହେଉଥିବା ଖବର ଶୁଣିବାକୁ ମିଳୁଛି । ତେବେ ଶନିବାର ଭୋର ସମୟରେ ଏକ ମାଲବାହୀ ଟ୍ରକ୍ ସହ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭରଙ୍କ ସମେତ ୫ଜଣ ଆହତ ହୋଇଛନ୍ତି । ତେବେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ଟିସିଆଇ ଛକରେ ।
ସୂଚନା ଅନୁଯାୟୀ ଶନିବାର ଭୋର ସମୟରେ ଗୁପ୍ତା ନାମକ ଏକ ଘରୋେଇ ବସ ଯାତ୍ରୀଙ୍କୁ ନେଇ ଆସୁଥିବା ବେଳେ ଟିସିଆଇ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ମାଲବାହୀ ଟ୍ରକ ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଟ୍ରକ ଡାଇଭର ଗୁରୁତର ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ପ୍ରଥମେ ଆହତଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ପରେ ସେମାନେ ଅଗ୍ନିଶମ କର୍ମଚାରୀ ଏବଂ ପୋଲିସକୁ ଖବର ଦେଇଥିଲେ ।
ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଁଞ୍ଚିବା ପରେ ମିଳିତ ଭାବରେ ଉଦ୍ଧାର କରିଥିଲେ । ଟ୍ରକ ଡ୍ରାଇଭରଙ୍କୁ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ତାଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି କରିଛି । ଟ୍ରକର ସାମନା ପଟ ଦୁର୍ଘଟଣାରେ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ବସର ସେମିତି କିଛି ବିଶେଷ କ୍ଷତି ହୋଇନାହିଁ ।