ନୟାଗଡ(ଏଟିଆର ବ୍ୟୁରୋ): ନୟାଗଡ କରଡା ନିକଟରେ ଏକ କାର ଗଛରେ ପିଟି ହୋଇଛି । ଫଳରେ ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଗତକାଲି ବିଲମ୍ବିତ ରାତିରେ ଚିରଞ୍ଜିବୀ ସାହୁ ନିଜ ପରିବାର ଏବଂ ଦୁଇ ସଢୁ ଓ ଦୁଇ ଶାଳୀଙ୍କ ସହ ମେଡିକାଲ୍ ଚେକ୍ଅପ୍ ପାଇଁ ନିଜ କାରରେ କଟକ ମେଡିକାଲ ଯାଇଥିଲେ । ମେଡିକାଲରୁ ଫେରିବା ସମୟରେ ଭୁବନେଶ୍ୱରରେ ଦୁଇ ଜଣଙ୍କୁ ଛାଡି ରାତି ପ୍ରାୟ ୧୧ଟା ବେଳେ ନୟାଗଡରେ ପହଞ୍ଚିଥିଲେ । ତେବେ ଏହାର କିଛି ସମୟ ପରେ ନୟାଗଡ ସହରରେ ଝିଅ ଶଢୁ ଓ ଶାଳୀଙ୍କୁ ଛାଡି ଗାଁକୁ ଫେରୁଥିଲେ ।
ରାତି ପ୍ରାୟ ୧ଟା ସମୟରେ କାଟଟି ଶରରକୁଳ ଥାନା କରଡା ନିକଟରେ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା । ଦୁର୍ଘଟଣା ସମୟରେ କାର ଭିତରେ ଚିରଞ୍ଜିବୀ ସାହୁ, ତାଙ୍କ ପତ୍ନୀ ମଧୁସ୍ମିତା ଏବଂ ତାଙ୍କ ପୁଅ ଅଦିତ୍ୟ ଓ କାର ଡ୍ରାଇଭର ସନ୍ତୋଷ କୁମାର ନାୟକ ଥିଲେ । ତେବେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ମଧୁସ୍ମିତାଙ୍କୁ ନୟାଗଡ ମେଡିକାଲ ନେଲା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି । ଡ୍ରାଇଭର ଆଖି ଲାଗିଯିବାରୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି ।