ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶ୍ରୀନଗ-ଜମ୍ମୁ ରାଜପଥର ବନିହାଲ ଠାରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି । ଜବାହାର ଟର୍ନଲରେ ସିଆରପିଏଫ୍ ଯବାନଙ୍କ କାଫିଲା ଯିବା ସମୟରେ ଏହି ବିସ୍ଫୋରଣ ହୋଇଛି । ଦୁର୍ଘଟଣାଟି ଏଲପିଜି ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ଯୋଗୁଁ ହୋଇଛି ବୋଲି କୁହାଯାଉଛି । ମାତ୍ର ଏନେଇ ଅଧିକ ସୂଚନା ଆସି ନାହିଁ ।
Jammu & Kashmir: A blast has occurred in a car in Banihal, Ramban. More details awaited. pic.twitter.com/XpnzzlkOYF
— ANI (@ANI) March 30, 2019
ଏହି ମାମଲାରେ ସିଆରପିଏଫ୍ ଯବାନଙ୍କ କହିବାନୁଯାୟୀ, ଗ୍ୟାସ୍ ସିଲିଣ୍ଡର ଫାଟିବା ଦ୍ୱାରା ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ସମୟରେ କିଛି ଦୂରତା ମଧ୍ୟରେ ଯବାନଙ୍କ କାଫିଲା ଥିଲା । ମାତ୍ର ଏଭଳି କୌଣସି ବଡ ଧରଣର ଦୁର୍ଘଣା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯବାନ । ଏବେ ଏହି ମାମଲାରେ ତଦନ୍ତ ଆରମ୍ଭ ହୋଇଯାଇଛି ।
ଖବରମୂତାବକ, ଫେବ୍ରୁଆରୀ ୧୪ ରେ ଦକ୍ଷୀଣ କଶ୍ମରୀ ପୁଲୱାମାରେ ସିଆରପିଏଫ୍ ଯବାନଙ୍କ କାଫିଲା ଉପରେ ଆତ୍ମଘାତୀ ହମଲା ହୋଇଥିଲା । ଯେଉଁଥିରେ ୪୦ ଜଣ ସିଆରପିଏଫ୍ ଯବାନ ସହୀଦ ହୋଇଥିଲେ ।