ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତକାଲି ସନ୍ଧ୍ୟାରେ କେରଳର କୋଝିକୋଡ ବିମାନବନ୍ଦରରେ ଏୟାର ଇଣ୍ଡିଆ ବିମାନଟି ଲ୍ୟାଣ୍ଡିଂ କଲା ବେଳେ ଦୁର୍ଘଟଣାଗ୍ରସ୍ତ ଘଟିଛି । ଏହି ଦୁର୍ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । କିନ୍ତୁ ବିମାନବନ୍ଦର ଅଧିକାରୀଙ୍କ ଦ୍ୱାରା ଆଉ ଏକ ଖବର ସାମ୍ନାକୁ ଆସିଛି । ଏହି ଉଡାଣର କମାଣ୍ଡର ଡି.ଭି ସାଠେ ବିମାନଟିକୁ ଦୁର୍ଘଟଣାରୁ ରକ୍ଷା କରିବା ପାଇଁ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି । ସେ ଏହି ଦୁର୍ଘଟଣାକୁ ଟାଳି ପାରିନଥିଲେ କିନ୍ତୁ ନିଜ ଜୀବନ ଦେଇ ବିମାନରେ ଯାତ୍ରା କରୁଥିବା ଅଧିକାଂଶ ଯାତ୍ରୀଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି ।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାଇଲଟ କ୍ୟାପ୍ଟେନ ଦୀପକ ଭସନ୍ତ ସାଠେ ଏବଂ ସହ ପାଇଲଟ ଅଖିଳେଶ କୁମାର ଥିଲେ । ପୂର୍ବ ବାୟୁସେନା ଅଫିସର ସାଠେ ଶେଷ ସମୟ ପର୍ଯ୍ୟନ୍ତ ବିମାନକୁ ରକ୍ଷା କରିବା ପାଇଁ ପୁରା ଚେଷ୍ଟା କରିଥିଲେ ।
୧୯୮୧ ରେ ବାୟୁସେନାରେ ଭର୍ତ୍ତି ହୋଇଥିବା ସାଠେ ୨୦୦୩ ମସିହାରେ ସ୍କ୍ୱାଡ୍ରନ ଲିଡର ରୂପେ ରିଟାୟର ହୋଇଥିଲେ । ସେ ବୋଇଙ୍ଗ ୭୩୭ ବି ଉଡାଇ ସାରିଥିଲେ ।