ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ମହାରାଷ୍ଟ୍ରର ଭିମ୍ବଡିରେ ଏକ ତିନି ମହଳା ବିଶିଷ୍ଟ କୋଠା ଭୁଶୁଡି ପଡିଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ଅନେକ ଲୋକ କାନ୍ଥ ତଳେ ଚାପି ହୋଇ ରହିଥିବା ଆଶଙ୍କା ରହିଛି । ଏନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସ ପକ୍ଷରୁ କୁହାଯାଇଛି କି ଆଜି ସକାଳୁ କୋଠା ଭୁଶୁଡି ପଡିଛ । ଉଦ୍ଧାର ଏବଂ ଖୋଜାଖୋଜି କାର୍ଯ୍ୟ ଜାରି ରହିଛି । ଏହି କୋଠା ଟି ୧୯୮୪ ମସିହାରେ ନିର୍ମାଣ କରାଯାଇଥିଲା ଏବଂ ଏଥିରେ ୨୧ ଟି ପରିବାର ରହୁଥିଲେ ।
ଆରଡିଏମସି ର ପ୍ରମୁଖ ସନ୍ତୋଷ କଦମ କହିଛନ୍ତି କି, ତିନି ମହଲା ବିଶିଷ୍ଟ କୋଠାଟି ଆଜି ପ୍ରାୟ ଭୋର ୩.୪୦ ମଧ୍ୟରେ ଭୁଶୁଡି ପଡିଛି । ସେହି ସମୟରେ ଲୋକେ ସମସ୍ତେ ଶୋଇଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଏନଡିଆରଏଫ ଟିମ ପହଁଚିବା ସହ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ।