ଏୟାର ସୋ’ କାର୍ଯ୍ୟକ୍ରମରେ ବଡ ଧରଣର ଅଘଟଣ । କାର୍ଯ୍ୟକ୍ରମ ନିକଟବର୍ତ୍ତି ପାର୍କିଂ ଏରିଆରେ ଭୟାବହ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ୧୦୦ ରୁ ଅଧିକ କାର । ଏଭଳି ଏକ ଅଭାବନୀୟ ଦୃଶ୍ୟ ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଦମକଳ ବାହିନୀ ଟିମ୍ ପହଁଚି ନିଆଁକୁ ଆୟତ୍ତ କରିବା ପାଇଁ ଲାଗି ପଡିଛନ୍ତି । ହେଲେ ପାର୍କିଂ ଏରିଆରେ ନିଆଁ କିଭଳି ଲାଗିଲା ସେନେଇ କୌଣସି ସ୍ପଷ୍ଟିକରଣ ମିଳିପାରି ନାହିଁ । କିନ୍ତୁ ଏନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି ।
ୟେଲେହେଙ୍କା ବ୍ରାୁସେନା ଘାଟିରେ ନିଆଁ ଲାଗିବା ପରେ ଆକାଶରେ ଖାଲି କଳା ଧୂଆଁର ବାଦଲ ଦେଖିବାକୁ ମିଳିଥିଲା । ଏୟାର କାର୍ଯ୍ୟକ୍ରମ ପାଇଁ ହଜାରରୁ ଅଧିକ ବିମାନ ଥୁଆ ହୋଇଥିଲା । ଦମକଳ ବିଭାଗ ଅନୁଯାୟୀ ଏବେ ସମ୍ପୂର୍ଣ୍ଣ ରୂପେ ନିଆଁକୁ ଆୟତ୍ତ କରାଯାଇଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିନାହିଁ । ଏୟାର ସୋ’ କାର୍ଯ୍ୟକ୍ରମ ଚାଲିଥିଲା ବେଳେ ଅଚାନକ୍ ନିଆଁ ଲାଗିଯାଇ ସଙ୍ଗେ ସଙ୍ଗେ ଚାରିଆଡେ ବ୍ୟାପି ଯାଇଥିଲା ।
ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବାନୁଯାୟୀ, ‘ଏୟାର ସୋ’ର ଖୋଲା ପଡିଆରେ ପାର୍କିଂ ହୋଇଥିବା କାର ଗୁଡିକରେ ନିଆଁ ଲାଗି ଯାଇଥିଲା । ଏଥିରେ ୧୦୦ ରୁ ଅଧିକ କାର୍ ଜଳି ପୋଡି ପାଂଉଶ ହୋଇଯାଇଛି । ଏହାସହିତ ଶୁଖିଲା ଘାସରେ ନିଆଁ ଲାଗି ଚାରିଆଡେ ବ୍ୟାପି ଯାଇଥିବା ଅନୁମାନ କରାଯାଉଛି । ପ୍ରାୟତ ଗୋଟେ ସମୟରେ ପାର୍କିଂର ପାଞ୍ଚ ନମ୍ବର ଫାଟକରେ ନିଆଁ ଲାଗି ଯାଇ ଏହା ଭୟଙ୍କର ରୂପରେ ପରିଣତ ହୋଇଥିଲା ।’