ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୁମ୍ବାଇର ଉରଣ ସ୍ଥିତ ଅଏଲ ଆଣ୍ଡ ନାଚୁରାଲ ଗ୍ୟାସ କର୍ପୋରେସନ(ଓଏନଜିସି) ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳୁ ସକାଳୁ ପ୍ଲାଣ୍ଟରେ ଭୀଷଣ ନିଆଁ ଲାଗି ଯାଇଛି । ଭୟାବହ ଅଗ୍ନିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥିମଧ୍ୟରୁ ତିନି ଜଣ କେନ୍ଦ୍ରୀୟ ଔଦ୍ଦୋଗିକ ସୁରକ୍ଷା ବଳ (ସିଆଇଏସଏଫ୍) ଯବାନ ଥିବା ଜଣାପଡିଛି । ଏହାସହିତ ଅନେକ ଲୋକ ନିଆଁରେ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା କରିବା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାତ୍ର ପ୍ଲାଣ୍ଟରେ ଅଚାନକ୍ ନିଆଁ କିଭଳି ଲାଗିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ପୋଲିସର କହିବାନୁଯାୟୀ, ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଓନଏଜିସି, ଦ୍ରୋଣଗିରି, ଜେଏନପିଟି, ପନୱେଲ ଏବଂ ନେରୁଲ ର ଦମକଳ କର୍ମୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଛନ୍ତି । ଏନେଇ ପୋଲିସ ପକ୍ଷରୁ ସ୍ଥାନୀୟ ଅଞ୍ଚଳକୁ ଘେରାଉ କରାଯାଇଛି ।
ସେପଟେ ଏହି କାମ୍ପାନୀରେ ଲାଗିଥିବା ଅଗ୍ନକାଣ୍ଡକୁ ନେଇ ଓଏନଜିସି ପକ୍ଷରୁ କୁହାଯାଇଛି କି, ଉରଣ ତେଲ ଏବଂ ଗ୍ୟାସ ପ୍ରସଂସ୍କରଣ କ୍ଷେତ୍ରରେ ଆଜି ସକାଳୁ ନିଆଁ ଲାଗିଯାଇଛି । ଓଏନଜିସି ଅଗ୍ନିଶମ ସେବା ଏବଂ ସଙ୍କଟ ପ୍ରବନ୍ଧନ ଟିମ୍ ନିୟାକୁ ଆତୟ କରିବାରେ ଲାଗିଛନ୍ତି ।