ଢ଼େଙ୍କାନାଳ (ଏଟିଆର ବ୍ୟୁରୋ); ଗତକାଲି ରାତିରେ କୁଆଡେ ଯାଇଥିଲେ ଯୁବକ କାହାକୁ ବି ଜଣା ନଥିଲା । ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ପତ୍ତା ପାଇନଥିଲେ । ଆଜି ସକାଳେ ଦେଖିଲା ବେଳକୁ ଗାଁ ପୋଖରୀରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର କନ୍ତିଆପୁଟ ସାହିରେ ଘଟିଛିଏଭଳି ଦୁଃଖଦ ଘଟଣା । ମୃତକ ବ୍ୟକ୍ତି ହେଲେ ପଙ୍କଜ ପରିଡା । ପୋଲିସ ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ଆଜି ସକାଳେ ପଙ୍କଜଙ୍କ ମୃତ ଦେହ ପୋଖରୀ ପାହାଚରେ ପଡିଥିବା ଦେଖିଥିଲେ ଗାଁଲୋକ । ଏହାପରେ ସେମାନେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକ ଖବର ପାଇ କାନ୍ଦି କାନ୍ଦି ପୋଖରୀ ତୁଠରେ ପହଁଞ୍ଚି ଥିଲେ । ତେବେ ସେତେବେଳକୁ ଗାଁଲୋକ ସେଠାରେ ଗଦା ହୋଇଯାଇଥିଲେ । ପୋଲିସକୁ ଖବର ଦେବା ପରେ ପୋଲିସ ଆସି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ତେବେ ତାଙ୍କର କିପରି ମୃତ୍ୟୁ ହୋଇଛି ତାହା ଜଣା ପଡିନାହିଁ । କେହି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ପୋଖରୀ ତୁଥରେ ଛାଡି ପଳାଇନି ତ? ନାଁ ପାଣିରେ ବୁଡି ପଙ୍କଜଙ୍କ ମୃତ୍ୟୁ ହୋଇଛି ତାହା ଏବେ ସନ୍ଦେହ ଘେରରେ ରହିଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ସବୁ ଜଣା ପଡିଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଭେଣ୍ଡା ପୁଅକୁ ହରାଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି ।