ନୟାଗଡ (ଏଟିଆର ବ୍ୟୁରୋ); ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଛି । ନୟାଗଡ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତକ ହେଲେ ରବି ରାଉତ ତାଙ୍କ ଘର ତେଣ୍ଡାବାଡି ଗାଁରେ ବୋଲି ଜଣା ପଡିଛି । ତେବେ ସେ ଜଣେ ଗରୀବ ଘରର ଲୋକ ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।
ମଙ୍ଗଳବାର ସକାଳୁ ପାଣିପମ୍ପ ଲଗାଉଥିବା ବେଳେ ରବି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । କରେଣ୍ଟ ଲାଗିବା ପରେ ସେ ଚିକ୍ରାର କରିଥିଲେ । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଦଶପଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ତାଙ୍କୁ ଆଣିବାରେ ବିଳମ୍ବ ହେବାରୁ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ପୋଲିସ ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ତେବେ ସେ ଜଣେ ଗରୀବ ଘରର ହୋଇଥିବାରୁ ତାଙ୍କ ପରିବାରକୁ ସାହାର୍ଯ୍ୟ କରିବା ପାଇଁ ଦାବି କରିଛନ୍ତି ।