ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନୌସେନାର ମିଗ୍-୨୯ ଯୁଦ୍ଧ ବିମାନ ଗୋଆ ନିକଟବର୍ତ୍ତି ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ଘଟିଛି । ଏହି ଦୁର୍ଘଟଣାରେ ପାଇଲଟ ଜଣକ ବଞ୍ଚି ଯାଇଛନ୍ତି । ଦୁର୍ଘଟଣା ପୂର୍ବରୁ ପାଇଲଟ ଜଣକ ସ୍ଥିତିକୁ ଦେଖି ବିମାନରୁ ସମୁଦ୍ରକୁ ଡେଇଁ ପଡିଥିଲେ । ଏହାପରେ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଅପରେସନ୍ ଜରିଆରେ ପାଲଟଙ୍କୁ ଉଦ୍ଧାର କରିଥିଲେ ନୌସେନା । ବର୍ତ୍ତମାନ ପାଇଲଟଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି ।
ମିଗ୍ ୨୯ ଯୁଦ୍ଧ ବିମାନ କ୍ରାସ ହେବାର କାରଣ ଜାଣିବା ପାଇଁ ବୋର୍ଡ ଅଫ୍ ଇନକ୍ୟୁାରୀକୁ ନିର୍ଦ୍ଦେଶ ଦିଆଯାଇଛି ।
ମିଳିଥିବା ମିଡିଆ ରିପୋର୍ଟ ମୁତାବକ, ଗୋଆ ସମୁଦ୍ରରେ ନିୟମିତ ଉଡାଣ ଭରି ଫେରିବା ସମୟରେ ଯାନ୍ତ୍ରିକ ତୃଟି ଯୋଗୁଁ ବିମାନଟି ଦୁର୍ଘଟଣାଗ୍ରସ୍ତ ଘଟିଛି ।