କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ଗତକାଲି ମୂଲ ଲାଗିବା ପାଇଁ ଯାଇଥିଲେ ମହିଳା । କିନ୍ତୁ ଆଜି ସକାଳୁ ମିଳିଛି ମହିଳାଙ୍କ ମୃତଦେହ । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାରିମୂଳ ଅଞ୍ଚଳରୁ ଆସିଛି ଏଭଳି ଦୁଃଖଦ ଘଟଣା । ମୃତ ମହିଳା ହେଲେ ପାର୍ବତୀ ହେମ୍ରମ (୪୫) । ପୋଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।
ପୋଲିସ ରିପୋର୍ଟ ମୁତାବକ, ଗତକାଲି ପାର୍ବତୀ ମୁଲ ଲାଗିବା ପାଇଁ ଯାଇଥିଲେ । ତେବେ ସଂନ୍ଧ୍ୟା ହୋଇଥିଲେ ସୁଦ୍ଧା ଘରକୁ ଫେରିନଥିଲେ ପାର୍ବତୀ । ପରବିାର ଲୋକ ବହୁତ ଖୋଜାଖୋଜି କରିବା ପରେ ତାଙ୍କ ପତ୍ତା ପାଇନଥିଲେ । ପରିବାର ଲୋକ ଭାବିଥିଲେ କି ହଁ ପଛରେ ପଳୋଇ ଆସିବେ । ଏଣୁ ସେମାନେ ଏତେ ଗୁରୁତ୍ୱର ସହ କଥାକୁ ନେଇନଥିଲେ ।
ଆଜି ସକାଳେ ବାରିମୂଳ ପଞ୍ଚାୟତ ଅଫିସ ଆଗରେ ପଡି ରହିଥିଲା ଜଣେ ମହିଳାଙ୍କ ମୃତଦେହ । ସ୍ଥାନୀୟ ଲୋକ ମହିଳାଙ୍କ ମୃତଦେହ ଦେଖିବା ପରେ ପାଖକୁ ଯାଇ ଚିହ୍ନିବା ପାଇଁ ଚେଷ୍ଟା କରିଥିଲେ । ଏହାପରେ ସେମାନେ ଜାଣିବାକୁ ପାଇଥିଲେ ପାଖ ଗାଁର ପାର୍ବତୀ ହେମ୍ରମ । ପରିବାର ଲୋକଙ୍କୁ ଖବର ଦେବାପରେ ଘଟଣାସ୍ଥଳରେ ଆସି ପହଁଞ୍ଚଥିଲେ । ଏହାପରେ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ତେବେ ସେ ସେ ଆତ୍ମହତ୍ୟା କରିଛନ୍ତି କି କେହି ହତ୍ୟା କରିଛି ତାହା ଜଣା ପଡିନାହିଁ ।