ଗଞ୍ଜାମ(ଏଟିଆର ବ୍ୟୁରୋ): ଖେଳ ହେଲା କାଳ । ପାଳଗଦାରେ ଘର କରି ଖେଳୁ ଥିବା ବେଳେ ନିଆଁ ଲାଗି ତିନି ଜଣ ଶିଶୁ ମୃତୁ ବରଣ କରିଛନ୍ତି । ଏଭଳି ଏକ ଅଘଟଣ ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ । ସୂଚନା ଅନୁସାରେ ଆଜି ସକାଳେ ପାଳଗଦାରେ ଘର କରି ୪ ଜଣ ଶିଶୁ ଖେଳୁଥିଲେ । ଏହି ସମୟରେ ପାଳଗଡାରେ ନିଆଁ ଲାଗିଯାଇଥିଲା । ଫଳରେ ୪ ଜଣ ଶିଶୁ ଗୁରୁତର ହୋଇପଡିଥିଲେ । ପ୍ରଥମେ ସେମାନଙ୍କୁ ପୋଲସରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୩ ଜଣ ଶିଶୁ ମୃତ୍ୟୁ ବରଣ କରିଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି । ଏହା ସହ ମୃତ୍ୟୁବରଣ କରିଥିବା ଶୁଶିଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଗୁରୁତର ଥିବା ଶୁଶିର ସମସ୍ତ ଚିକିତ୍ସା ମାଗଣାରେ କରାଯିବା ସହ ଶିଶୁର ଆରଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ୩ ଜଣ ଶିଶୁଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଲ ପରିବେଶ ରହିଛି ।