କଟକ (ଏଟିଆର ବ୍ୟୁରୋ); ବିଶ୍ୱାସ ନହେଲେ ବି କଥାଟି ସତ । ଟ୍ରେନ ବଗି ଛାଡି ଇଞ୍ଜିନ ପଳାଇଛି । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି କଟକ କାଠଯୋଡି ବ୍ରିଜ୍ ଉପରେ । ଭୁବନେଶ୍ୱର-ଦିଲ୍ଲୀ ଅଭିମୁଖେ ଯାଉଥିବା ରାଜଧାନୀ ଏକ୍ସପ୍ରେସ ବଗିଛାଡି ଯାଇଥିବା ଶୁଣିବାକୁ ମିଳିଛି । ଯାତ୍ରୀଙ୍କର କୌଣସି କ୍ଷତି ହୋଇନାହିଁ । ପରେ ରେଳ ବିଭାଗ କର୍ମଚାରୀ ଆସି ବଗି ସହିତ ଇଞ୍ଜିନକୁ ସଂଯୋଗ କରିବା ପରେ ଟ୍ରେନଟି ପୁନର୍ବାର ଦିଲ୍ଲୀ ଅଭିମୁଖେ ବାହାରିଛି । ତେବେ କେଉଁ କାରଣ ଏଭଳି ଅଘଟଣ ଘଟିଛି ତାହା ସ୍ପଷ୍ଠ ହୋଇନାହିଁ । ରେଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଁଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।
ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ସକାଳେ ରାଜଧାନୀ ଏକ୍ସପ୍ରେସ ଯାଉଥିବା ସମୟରେ ହଠାତ ଏସି ବଗି ଛାଡି ବାକି ଦୁଇଟି ବଗିକୁ ନେଇ ପଳାଇଥିଲା । ତେବେ ଇଞ୍ଜିନରୁ ବଗି ଅଲଗା ହେବା ପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । କିନ୍ତୁ କାହାର କୌଣସି କ୍ଷତି ହୋଇନାହିଁ । ପରେ ଘଟଣା ସମ୍ପର୍କରେ ଖବର ପାଇବା ପରେ ରେଳ ବିଭାଗ କର୍ମଚାରୀ ପହଁଞ୍ଚି ଇଞ୍ଜିନରେ ବଗିକୁ ସଂଯୋଗ କରିଥିଲେ । ଏ ଘଟଣାର ସିନିୟର ଅଫିସ୍ର ସ୍ତରୀୟ ତଦନ୍ତ ହେବ। ଏଥିପାଇଁ ଖୋର୍ଦ୍ଧା ରୋଡ୍ ଡିଆର୍ଏମ୍ ନିର୍ଦ୍ଦେଶ ଦେଇଛନ୍ତି।