ସୁନ୍ଦରଗଡ଼ ( ଏଟିଆର ବ୍ୟୁରୋ) : ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ମଧୁପୁର ବସ୍ତିରେ ଅଗ୍ନିକାଣ୍ଡ । ଏହି ନିଆଁରେ ପୋଡ଼ି ହୋଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।ମୃତକ ହେଇଛନ୍ତି ଝାଡ଼ଖଣ୍ଡ ଅଂଚଳର କେଦାର ସିଂ। କେଦାରଙ୍କ ଘର ଝାଡ଼ଖଣ୍ଡ ଅଂଚଳରେ ହୋଇଥିବାବେଳେ ସେ ସୁନ୍ଦରଗଡ଼ରେ ରହୁଥିଲେ । କେଦାର ଗତକାଲି ରାତିରେ ଘରେ ଥିବାବେଳେ ହଠାତ୍ ନିଆଁ ଲାଗିଥିବା ପଡ଼ୋଶୀ ଦେଖିଥିଲେ । ଏହା ପରେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରି ବୃଦ୍ଧଙ୍କୁ ଉଦ୍ଧାର କରିଥିଲେ । ମାତ୍ର ସେତେବେଳେ କେଦାର ଆଖି ବୁଜି ସାରିଥିଲେ ।
ତେବେ ଗତ ଦୁଇ ଦିନ ତଳେ ତାଙ୍କ ସ୍ତ୍ରୀ ସହ ପାରିବାରିକ କାରଣକୁ ନେଇ ବଚସା ହୋଇଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା । ଯାହାଫଳରେ ଝଗଡ଼ା କରି ବାପ ଘରକୁ ଚାଲି ଯାଇଥିଲା ସ୍ତ୍ରୀ । ତେଣୁ ଏହା ଦୁର୍ଘଟଣା ନାଁ ଆତ୍ମହତ୍ୟା ତା ଉପରୁ ପରଦା ଉଠିନାହିଁ । ଏପର୍ଯ୍ୟନ୍ତ ଏହା ଦୁର୍ଘଟଣା ନାଁ ଆତ୍ମହତ୍ୟା ସ୍ପଷ୍ଟ ହୋଇ ନ ଥିବା ବେଳେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ତେବେ କିଭଳି ଏବଂ କେଉଁ କାରଣରୁ ନିଆଁ ଲାଗିଲା ସେ ନେଇ ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି। ପୋଲିସ ତଦନ୍ତ ହିଁ ସ୍ପଷ୍ଟ କରିବ ଏହା ଦୁର୍ଘଟଣା ନାଁ ଆତ୍ମହତ୍ୟା ।