ଭଦ୍ରକ (ଏଟିଆର ବ୍ୟୁରୋ); ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ । ଜନ ସାଧାରଣ ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଅନୁମାନ କରୁଛନ୍ତି । ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ତେବେ ଏଭଳି ଘଟଣା ଘଟିଛି ଭଣ୍ଡାରୀପୋଖରୀ ଥାନା ନେଉଳିଆ ଛକ ନିକଟରେ । ସ୍ଥାନୀୟ ଅଞ୍ଚଳରେ ଥିବା ପୋଲ ତଳୁ ମିଳିଛି ଯୁବକଙ୍କ ମୃତ ଦେହ । ଯୁବକଙ୍କ ପରିଚୟ ମିଳିପାରି ନାହିଁ । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ତେବେ ମୃତ ଯୁବକଙ୍କ ସହ ପଡିଥିବା ଗାଡିଟି କେନ୍ଦ୍ରାପଡା ଅଞ୍ଚଳର ବୋଲି ଜଣା ପଡିଛି ।
ବୁଧବାର ସକାଳୁ ନେଉଳତଆର ସ୍ଥାନୀୟ ଲୋକ ପୋଲ ତଳେ ପାଣିରେ ଜଣେ ଯୁବକର ମୃତ ଦେହ ଭାସୁଥିବାର ଦେଖିଥିଲେ । ଯାହାକୁ ଦେଖିବା ପରେ ପ୍ରଥମେ ଭୟଭୀତ ହୋଇଯାଇଥିଲେ ସ୍ଥାନୀୟ ଲୋକ । ସେମାନେ ପ୍ରଥମେ ପାଖକୁ ଯାଇ ଶବକୁ ଲେଉଟାଇ ଦେଖିଥିଲେ କି କାଳେ କେହି ଚିହ୍ନା ଜଣା ହୋଇଥିବ ବୋଲି । ତେବେ ଦେଖିବା ପରେ ଜଣା ପଡିଥିଲା କି ମୃତ ଯୁବକ ସ୍ଥାନୀୟ ଅଞ୍ଚଳର ନୁହେଁ । ଏହାପରେ ପୋଲିସକୁ ଖବର ଦେଇଥିଲେ ଲୋକ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହିତ ବ୍ୟବଛେଦ ପାଇଁ ପଠାଇ ଦେଇଛି । ପୋଲିସର ତଦନ୍ତ ଜାରି ।
ତେବେ ଯୁବକଙ୍କ ମୃତ ଦେହ ପାଖରୁ ବାଇକ ମିଳିଥିବାରୁ ଏହା ଏକ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଅନୁମାନ କରାଯାଉଛି । କାରଣ ଭଦ୍ରକରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ରାସ୍ତା କାମ ହେଉଥିବାରୁ ସୁରକ୍ଷା ପ୍ରାଚୀର କରାଯାଇନାହିଁ । ଏଣୁ ଯୁବକ ଜଣକ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିବା ଅନୁମାନ କରାଯାଇଛି । ସେପଟେ କେହି କେହି ଏହାକୁ ହତ୍ୟାର ରୂପ ଦେଉଛନ୍ତି । ତେବେ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ଜଣା ପଡିଯିବ ବୋଲି ପୋଲିସ ସୂଚନା ଦେଇଛି ।