ମାଲକାନଗିରି ( ଏଟିଆର ବ୍ୟୁରୋ): ଝିଙ୍କ ଧରିବା ହେଲା କାଳ । ଝିଙ୍କ ଧରିବାକୁ ଯାଇ ଗୁମ୍ଫା ଭିତରେ ଚାଳିଗଲା ଜୀବନ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଝରାପାଲି ପଞ୍ଚାୟତରେ । ଝିଙ୍କ ପକ୍ଷୀ ଧରିବାକୁ ଯାଇ ଜଣେ ଯୁବକର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ହୋଇଛି । ସୂଚନା ଅନୁସାରେ ଗତକାଲି ତେଲିମେଟା ଗ୍ରାମର ପାଞ୍ଚ ଜଣ ଯୁବକ ଜଙ୍ଗଲକୁ ଯାଇଥିଲେ ଝିଙ୍କ ଧରିବା ପାଇଁ ।
ଗୁମ୍ଫା ଭିତରେ ଦିନ ୯ଟା ସମୟରେ ଧୁଆଁ ଦେଇ ଜଗି ରହିଥିଲେ ରାତି ୧୧ଟା ପର୍ୟ୍ୟନ୍ତ । ମୃତକ ଝରାପାଲି ଗାଁର ରାମଚନ୍ଦ୍ର ମାଢୀଙ୍କ ସମେତ ୫ ଜଣ ଜଙ୍ଗଲକୁ ଶିକାର କରିବା ପାଇଁ ଯାଇଥିଲେ । ଝିଙ୍କକୁ ଗୁମ୍ଫାରୁ ବାହାର କରିବା ପାଇଁ ଧୂଆଁ ଦେଇଥିଲେ । ଧୂଆଁ ଦେବା ସମୟରେ ରାତିରେ ସିଙ୍ଗା ମାଝୀ ଓ ରାମଚନ୍ଦ୍ର ମାଢି ନାମକ ଦୁଇ ଯୁବକ ଗୁମ୍ଫା ଭିତରେ ପଶିଥିଲା ।
ରାମଚନ୍ଦ୍ର ଧୂଆଁରେ ନିଶ୍ବାସ ନେଇ ନପାରି ସେଠାରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ସିଙ୍ଗା ଗୁରୁତର ହୋଇଥିଲେ ।ଏନେଇ ସାଥିରେ ଥିବା ଅନ୍ୟମାନେ ଗାଁକୁ ଖବର ଦେଇଥିଲେ । ଗାଁ ଲେକ ପହଞ୍ଚି ସିଙ୍ଗାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ମାଲକାନଗିରି ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହା ପ୍ରଥମ ନୁହେଁ ପୂର୍ବରୁ ଏମାନେ ମଧ୍ୟ ଅନେକ ଥର ଝିଙ୍କ ଶୀକାର କରିବାକୁ ଏମିତି ଉପାୟ କରିଛନ୍ତି ।