କେନ୍ଦୁଝର (ଏଟିଆର ବ୍ୟୁରୋ); ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ କମଣାଙ୍ଗ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆହତ ହୋଇଥିବା ଯୁବକ ହେଲେ ହରେକୃଷ୍ଣ ବିଶୋଇ । ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧାର ଥିବା ଡାକ୍ତର ସୂଚନା ଦେଇଛନ୍ତି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ସୂଚନା ଅନୁଯାୟୀ, ରବିବାର ସକାଳୁ ହରେକୃଷ୍ଣ ଶୌଚ ହେବାକୁ ନଦୀ ନିକଟକୁ ଯାଉଥିବା ବେଳେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ଏହାପରେ ସେ ଚିକ୍ରାର କରିବା ପରେ ଗାଁଲୋକ ଦୌଡି ଆସିଥିଲେ । ଭାଲୁ ହରେକୃଷ୍ଣଙ୍କୁ ଛାଡି ପଳାଇଥିଲା । ଏହାପରେ ତାଙ୍କୁ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଭାଲୁ ଆକ୍ରମଣରେ ହରେକୃଷ୍ଣଙ୍କ କାନ ଓ ନାକ ଛିଣ୍ଡି ଯାଇଛି । କାରଣ ଭାଲୁ ତାଙ୍କୁ ଘୋଷାଡି ନେଉଥିବା ଏଭଳି ହୋଇଥିବା ଜଣା ପଡିଛି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଦେଖିବାକୁ ମିଳିଛି । ଲୋକମାନେ ଆଉ ନଦୀ ଆଡକୁ ଯିବା ପାଇଁ ଡରି ଯାଇଛନ୍ତି ।