ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ସକାଳୁ ପାକିସ୍ତାନରେ ଏକ ବଡ ଧରଣର ରେଳ ଦୁର୍ଘଟଣା ହୋଇଛି । ସିନ୍ଧ ପ୍ରାନ୍ତ ଡହାରକିରେ ଦୁଇଟି ଟ୍ରେନ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଯୋଗୁଁ ୩୦ ଜଣଙ୍କର ମୃତ୍ୟୁ ହେବା ସହ ୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ୩୦ ସଂଖ୍ୟା ଆହୁରୀ ଅଧିକ ବଢିପାରେ ।
ସୂଚନାଯୋଗ୍ର, ସୋମବାର ଘୋଟକି ଜିଲ୍ଲା ଡହାରକିରେ ପାଖାପାଖି ୩.୪୫ ରେ ମିଲସ ଏକ୍ସପ୍ରେସ ଏବଂ ସୟେଦ ଏକ୍ସପ୍ରେସ ମୁହାଁମୁହିଁ ଧକ୍କା ହୋଇଥିଲେ । ଏଥିରେ ମିଲତ ଏକ୍ସପ୍ରେସର ୮ ଟି ବଗି ଟ୍ରାକରୁ ଓଲଟି ପଡିଥିଲା ।