କେନ୍ଦୁଝର (ଏଟିଆର ବ୍ୟୁରୋ); ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଦିନେ ନା ଦିନେ ଆଲୁଅ ପଡିବା ନିଶ୍ଚିନ୍ତ । ଏବଂ ପାପ ପାତାଳରୁ ଫୁଟି ବାହାରେ । କଥାରେ ଅଛି କେହି ନଦେଖିଲେ ବି ଉପର ବାଲା ସବୁ ପାପ ପୂର୍ଣ୍ୟ ସବୁ ଦେଖୁଛି । ତେବେ ଏଭଳି କଥା କହିବାର କାରଣ ଏହିକି ଯେ କେନ୍ଦୁଝର ଜିଲ୍ଲାରେ ଏବେ ଏଭଳି କଥା ଚର୍ଚ୍ଚା ହେଉଛି । କାରଣ ଶୁକ୍ରବାର ସକାଳୁ ସକାଳୁ ଏକ ସ୍କର୍ପିଓ ଦୁର୍ଘଟଣା ଘଟିଛି ଏବଂ ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଯେଉଁ ସ୍କର୍ପିଓଟି ଦୁଘଟଣା ଘଟିଛି ସେଥିରେ ଚୋରା ଇଲେକ୍ଟି ତାର ଯାଉଥିଲା । ସେପଟେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଦେଇଛି ।
ମିଳିଥିବା ସୂଚନା ମୁତାବକ ଶୁକ୍ରବାର ଭୋର ଚାରିଟା ସମୟରେ ଏକ ଚୋରା ଇଲେକ୍ଟି ବୋଝେଇ ସ୍କର୍ପିଓ ଦ୍ରୃତ ଗତିରେ ଯାଉଥିଲା । କେନ୍ଦୁଝର ଜିଲ୍ଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥ ତିଳବେଡା ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗସ୍ତ ହୋଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗାଡିରେ ବସିଥିବା ଲୋକ ଗୁରୁତର ଆହାତ ହୋଇଛନ୍ତି । ତେବେ ସ୍ଥାନୀୟ ଲୋକ ଏହି ଘଟଣା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଏବଂ ଦୁର୍ଘଟଣା ହୋଇଥିବା ସ୍କର୍ପିଓ ଏବଂ ତାରକୁ ଜବତ କରିଛି ପୋଲିସ ।