ବାଲେଶ୍ୱର (ଏଟିଆର ବ୍ୟୁରୋ): ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ୍ କୁ ପଛପଟୁ ଧକ୍କା ଦେଲା କାର । ଘଟଣାସ୍ଥଳରେ କାର ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ରାଜପଥ ଫୁଲାଡି ନିକଟରେ ଘଟିଛି । କାରରେ ଥିବା ଦୁଇ ଜଣ ବ୍ୟକ୍ତି ରୁପସା ଅଞ୍ଚର ବୋଲି ଜାଣିବାକୁ ମିଳିଛି ।
ଆଜି ଭୋରୁ ଭୋରୁ ଏହି ଦୁର୍ଘଟଣା ଘଟିଛି । କାରରେ ଏହି ଦୁଇ ଜଣ ବ୍ୟକ୍ତି ରୁପସାରୁ ବାଲେଶ୍ୱର ଯାଉଥିଲେ । ସେହି ସମୟରେ ଫୁଲାଡି ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଟ୍ରକ୍ କୁ ଏହି କାର୍ ଟି ଆସି ପଛ ପଟୁ ଧକ୍କା ଦେଇଥିଲା । ଗାଡିର ସ୍ପିଡ୍ ଏତେ ମାତ୍ରାରେ ଥିଲା ଯେ ଗାଡି ଆଗ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବେ ସହ ଏଥିରେ ଡ୍ରାଇଭର ଜଣଙ୍କ ଚାପି ହୋଇଯାଇଥିଲେ । ଏହାପରେ ଘଟଣାସ୍ଥଳରେ ଅଗ୍ନୀଶମ ବିଭାଗ ଟିମ ପହଁଚି କାର୍ ଭିତରୁ ଡ୍ରାଇଭରଙ୍କୁ ବାହାରକୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ , ହେଲେ ସେ ବାହାରି ପାରିନଥିଲେ । ଯାହାଫଳରେ ଅଗ୍ନିଶମ ବିଭାଗ ଟିମ୍ କଟର ଯୋଗେ କାରକୁ କାଟି ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ସେତେବେଳକୁ ଡ୍ରାଇଭରଙ୍କର ମୃତ୍ୟୁ ହୋଇସାରିଥିଲା ।