ଢେଙ୍କାନାଳ (ଏଟିଆର ବ୍ୟୁରୋ): ଅଷ୍ଟପ୍ରହରୀ ରାତି ହେଲା ଶେଷ ରାତି । ଆଜ୍ଞା ହଁ ଅଷ୍ଟପ୍ରହରୀ ଦେଖି ଫେରିଲା ବେଳେ ସ୍କୁଟିକୁ ଧକ୍କା ଦେଲା ମାଲ୍ ବୋଝେଇ ଟ୍ରଲର । ଫଳରେ ଏଥଇରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଘଟଣାଟି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଟାଙ୍ଗରାପଡା ନିକଟରେ ଘଟିଛି ।
ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ସଦାଶିବ ଗାଁର ଦ୍ୱାରିକା ବରାଳ । ଆହତମାନେ ହେଲେ ସେହି ଗାଁର ଦୁର୍ଗାଚରଣ ବରାଳ ଏବଂ ପୂର୍ଣ୍ଣ ସ୍ୱାଇଁ । ଆହତଙ୍କୁ ଚିକିତ୍ସା କରିବା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଗତକାଲି ରାତିରେ ସଦାଶିବ ଗାଁର ତିନି ଜଣ ବ୍ୟକ୍ତି ଦ୍ୱାରିକା ବରାଳ,ଦୁର୍ଗାଚରଣ ବରାଳ ଏବଂ ପୂର୍ଣ୍ଣ ସ୍ୱାଇଁ ଅଷ୍ଟପ୍ରହରୀରେ ଯୋଗ ଦେଇ ଏକ ସ୍କୁଟି ଯୋଗେ ଘରକୁ ଫେରୁଥିଲେ । ଅନ୍ଧାରୁଆ ରାତିରେ ୫୩ ନମ୍ବର ଜାତୀୟ ରାଜପଥରେ ଏକ ମାଲ ବୋଝେଇ ଟ୍ରଲର ଆସି ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଏଥିରେ ସ୍କୁଟିରେ ବସିଥିବା ତିନି ଜଣ ବ୍ୟକ୍ତି ଛିଟିକି ପଡିବା ସହ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟଲୋକ ଜାତୀୟ ରାଜପଥ ଅବରୋଧ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଘଟଣାର ସମାଧାନ କରିଥିଲା ।