ମୁମ୍ବାଇ(ଏଟିଆର ବ୍ୟୁରୋ): ଓଲଟିଲା BMW କାର । ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତୁ ଘଟିଛି । ଏହା ସହ ଜଣେ ଗୁରୁତର ଆହତ ହୋଇଛନ୍ତି । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି ମୁମ୍ବାଇ ସହରରେ । ସୂଚନା ଅନୁସାରେ ମୁମ୍ବାଇ ବର୍ଲି ରାସ୍ତାରେ କାରଟି ଦ୍ରୁତ ଗତିରେ ଆସୁଥିଲା । ହେଲେ ହଠାତ କାରଟି ଭାରସାମ୍ୟ ହରାଇ ବସିଥିଲା । ଫଳରେ ରାସ୍ତ କଡରେ ଥିବା ଡିଭାଇଡର ସହ ଧକ୍କା ଦେଇ ଓଲଟି ପଡିଥିଲା ।
Mumbai: Three dead, one injured after a speeding car rammed into a divider in Worli area, yesterday. Police says, "the woman who was driving the car has been admitted in the Intensive Care Unit (ICU) of a hospital & she is serious. Further investigation is underway." #Maharashtra pic.twitter.com/EO7jfyKFhs
— ANI (@ANI) March 14, 2020
କାରଟି ଏତେ ଜୋରରେ ଡିଭାଇଡରକୁ ଧକ୍କା ଦେଇ ଓଲଟି ଥିଲା ଯେ କାରରେ ଥିବା ଚାରି ଜଣଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୩ ଜଣଙ୍କ ମୃତୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଜଣେ ଶିଶୁ, ଜଣେ ମହିଳା ଓ ଜଣେ ପୁରୁଷ ଥିବାର ଜଣା ପଡିଛି । ତେବେ ଆହତ ହୋଇଥିବା ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ଥିବାର ଜଣା ପଡିଛି । ତାଙ୍କ ନାମ ନମିତା ଚାନ୍ଦ ବୋଲି ଜଣା ପଡିଛି । ନମିତା ଗଡି ଚଲାଉଥିବାର ସୂଚନା ରହିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।