ବାଲେଶ୍ୱର (ଏଟିଆର ବ୍ୟୁରୋ); ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ୪ଜଣ ଗୁରୁତର ଆହତ । ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବରଫ ଛକ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ପଥର ବୋଝେଇ ଟ୍ରକ ପଛ ପଟେ ପିଟି ହୋଇଛି ଆମ୍ବୁଲାନ୍ସ । ଆହତମାନେ ହେଲେ ବାସୁ ମଣ୍ଡଳ, ନିମାଇ ମୁନିଆ, ଚନ୍ଦନ ମଣ୍ଡଳ, ଶ୍ରୀମନ୍ତ ଦାସ ମହାପାତ୍ର। ସେମାନଙ୍କ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ମୁତାବକ ଜଣେ ହୃଦରୋଗୀ କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହୋଇ ଭଲ ହେବା ପରେ ଘର ମେଦିନିପୁରକୁ ଫେରୁଥିଲେ । ବରଫ ଛକ ନିକଟରେ ରାସ୍ତା ଉପରେ ରହିଥିବା ଏକ ପଥର ବୋଝେଇ ଟ୍ରକ ପଛ ପଟେ ପିଟି ହୋଇଥିଲା ଆମ୍ବୁଲାନ୍ସ ଦୁର୍ଘଟଣା ଦେଖିବା ପରେ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ପ୍ରଥମେ ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଖବର ପାଇବା ପରେ ଆମ୍ବୁଲାନ୍ସକୁ ଉଦ୍ଧାର କରିଛି । ଭଲ ହୋଇ ଘରକୁ ଫେରୁଥିବା ବେଳେ ପୁଣି ଥରେ ମେଡିକାଲକୁ ଯାଇଛନ୍ତି ରୋଗୀ ।