ସମ୍ବଲପୁର (ଏଟିଆର ବ୍ୟୁରୋ): ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ଯୁମୁମରାରେ ଗତକାଲି ବସ୍-ଟ୍ରାକ୍ଟର ମଧ୍ୟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଗାଡି ମାଲିକଙ୍କ ଉପରେ ବଡ ଆକାରର ଜରିମାନା । ପରିବହନ ବିଭାବ ପକ୍ଷରୁ ଉଭୟ ଗାଡି ଉପରେ ମୋଟା ଅଙ୍କର ଜରିମାନା ଲଗାଯାଇଛି । ବସ୍ ଉପରେ ୨୭ ହଜାର ଟଙ୍କା ଫାଇନ୍ ପଡିଥିବା ବେଳେ ଟ୍ରାକ୍ଟର ଉପରେ ୫୩ ହଜାର ୨୦୦ ଟଙ୍କା ଫାଇନ୍ ପଡିଛି ।
ସୂଚନାଯୋଗ୍ୟ, ଗତକାଲି ଯୁଯୁମରା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଟ୍ରାକ୍ଟରକୁ ଧକ୍କା ଦେଇଥିଲା ବସ୍ । ଏହି ଦୁର୍ଘଟଣାରେ ୨ ଶ୍ରମିକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଏହାପରେ ଉଭୟ ଗାଡିକୁ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ମୋଟା ଅଙ୍କର ଜରିମାନା ଲାଗୁ କରାଯାଇଛି ।
ବସ୍ ର ଇନ୍ସୁରାନ୍ସ ନଥିବାରୁ ୨ ହଜାର ଟଙ୍କା ଫାଇନ୍, ପ୍ରଦୂଷଣ ସାର୍ଟିଫିକେଟ୍ ନଥିବାରୁ ୧୦ ହଜାର, ଫିଟନେସ୍ ସାର୍ଟିଫିକେଟନ ପାଇଁ ୫ ହଜାର, ପରମିଟ୍ ନଥିବାରୁ ୧୦ ହଜାର ଟଙ୍କା ଜରିମାନା ଲଗାଯାଇଛି । ସେହିପରି ଟ୍ରାକ୍ଟର ପାଇଁ ମଧ୍ୟ ଜରିମାନା ପଡିଛି । ସର୍ବମୋଟ ଟ୍ରାକ୍ଟର ଉପରେ ୫୩ ହଜାର ୨ ଶହ ଟଙ୍କା ଜରିମାନା ପଡିଛି ।