ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲଗାଣ ବର୍ଷା ଯୋଗୁଁ ଏବେ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି । ଇତିମଧ୍ୟରେ ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ଏକ ଦୁର୍ଘଟଣା ଘଟିଛି । ଡଙ୍ଗାରେ ଲୋକେ ନଦୀ ପାର୍ ହେଉଥିବା ବେଳେ ଡଙ୍ଗାଟି ଓଲଟି ପଡିଛି । ଏଥିରେ ପାଖାପାଖି ୬୦ ଜଣ ଲୋକ ଥିବାର ଜଣାପଡିଛି । ଖବର ପାଇ ପୋଲିସ ଏବଂ ଓଡ୍ରାଫ ଟିମ୍ ଘଟଣା ସ୍ଥଳରେ ପହଁଚି ନଦୀରୁ ଲୋକଙ୍କୁ ଉଦ୍ଧାର କରିବାରେ ଲାଗି ପଡିଛନ୍ତି । ଏପର୍ଯ୍ୟନ୍ତ ୧୦ ଜଣଙ୍କ ଉଦ୍ଧାର କରାଯାଇ ସାରିଲାଣି ।
ଏନେଇ ଏସପି ଅଦନାନ ଅଂସାରୀ କହିଛନ୍ତି କି , ଘଟଣାକୁ ନେଇ ତଦନ୍ତ ଚାଲିଛି । ଡଙ୍ଗାରେ ପାଖାପାଖି ୬୦ ଲୋକ ଯାତ୍ରା କରୁଥିଲେ । ଆନ୍ଧ୍ରପ୍ରଦେଶ ଟୁରିଜିମ୍ ଡେଭଲପମେଣ୍ଟ କର୍ପୋରେସନ ପକ୍ଷରୁ ସଂଚାଳିତ ହେଉଥିବା ଏହି ଡଙ୍ଗା ଦେବୀପାଟନମ ପାଖରେ ଗାନ୍ଧୀ ପୋଚମ୍ମା ମନ୍ଦିରରୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ପପିକୋଂଡାଳୁ ଅଭିମୁଖେ ଯାତ୍ରା କରୁଥିଲା ।
ସେପଟେ ଏହି ଘଟଣାକୁ ନେଇ ଗୋଦାବରୀ ଜିଲ୍ଲାପାଳଙ୍କ ସହ ରାଜ୍ୟର ମୁଖ୍ୟ ସଚିବ ଏଲ ବି ସୁବ୍ରମଣ୍ୟମ ଆଲୋଚନା କରିବା ସହିତ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କ ପତା ଲାଗାଇବା ପାଇଁ ହେଲିକପ୍ଟର ସେବା ଯୋଗାଇ ଦେଇଛନ୍ତି ।