ଗଞ୍ଜାମ(ଏଟିଆର ବ୍ୟୁରୋ): ରାଜ୍ୟରେ କଳା ବୈଶାଖିର ପ୍ରଭାବ ଦେଖିବାକୁ ମିଳୁଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ବହୁ ଜୋରରେ ପବନ ବୋହି ଘଡଘଡି ମାରୁଛି । ତେବେ ବଜ୍ରପାତରେ ରାଜ୍ୟରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରେ ୪ ଜଣ ଓ କନ୍ଧମାଳ ଜିଲ୍ଲାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଗତକାଲି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ତାକରଡ଼ା ଗ୍ରାମର ନୀଳାଞ୍ଚଳ ଆଳତିଆ, ସନ୍ତୋଷ ଗୌଡ଼ ପ୍ରାଣ ହରାଇଛନ୍ତି । ବିଲରୁ କାମ ସାରି ବର୍ଷା ଆସିବାରୁ ଏକ ଦେକାନ ବାରଣ୍ଡାରେ ଏମାନେ ଠିଆ ହୋଇଥିଲେ । ହେଲେ ଦୋକାନ ବାରଣ୍ଡାରେ ବଜ୍ରପାତ ହେବାରୁ ସେମାନଙ୍କର ମୃତ୍ୟୁ ହୋଇଛି । ସେହିପରି ବୁରୁଝୋଳା ଗ୍ରାମର ସୀମାଞ୍ଚଳ ଝିଅର ଶାଶୂଘର ନାଗିରି ଗ୍ରାମକୁ ଯାଇଥିଲେ । ସେଠାରୁ ଚାଲି ଚାଲି ନିଜ ଗ୍ରାମକୁ ଫେରୁଥିବା ସମୟରେ ବଜ୍ରାଘାତ ହୋଇଥିଲା । ତାଙ୍କୁ ଉଦ୍ଧାର କରାଯାଇ ବୁଗୁଡ଼ା ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି ।
ସେହିପରି ବୁରୁଝୋଳା ଗ୍ରାମର ସୀମାଞ୍ଚଳ ଝିଅର ଶାଶୂଘର ନାଗିରି ଗ୍ରାମକୁ ଯାଇଥିଲେ । ସେଠାରୁ ଚାଲି ଚାଲି ନିଜ ଗ୍ରାମକୁ ଫେରୁଥିବା ସମୟରେ ବଜ୍ରାଘାତ ହୋଇଥିଲା । ତାଙ୍କୁ ଉଦ୍ଧାର କରାଯାଇ ବୁଗୁଡ଼ା ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ସେହିପରି ଚିକିଟି ବ୍ଲକ୍ରେ ସୋମବାର ଅପରାହ୍ନରେ ବର୍ଷା ଓ ବଜ୍ରପାତରେ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଚିକିଟିଗଡ଼ କୁମ୍ଭାର ସାହିର ଭାସ୍କର ବେହେରାଙ୍କ ଝିଅ ନନ୍ଦିନୀ ବେହେରା । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ପବିଙ୍ଗିଆ ପଞ୍ଚାୟତ ମଗମୁଣ୍ଡା ଗ୍ରାମରେ ବଜ୍ରାଘାତରେ ହୋଇ ଦାନାସିଂ କହଁରଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁନି କହଁର ଓ ଧନଞ୍ଜୟ କହଁର ଗୁରୁତର ହୋଇଛନ୍ତି । ଚକାପାଦ ବ୍ଲକ୍ ଅନ୍ତର୍ଗତ ବ୍ରାହ୍ମଣପାଦ ପଞ୍ଚାୟତର ଅର୍ଚ୍ଚାଙ୍ଗି ଗ୍ରାମରେ ସୋମବାର ଅପରାହ୍ଣ ୨ଟାରେ କାଳବୈଶାଖି ଓ ବଜ୍ରାଘାତରେ ସୁମନ୍ତ କୁମାର ବିଶୋୟୀ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଜଣକ ନିଜ ଘର ବାରଣ୍ଡାରେ ବସିଥିବା ବେଳେ ବଜ୍ରାଘାତର ଶୀକାର ହୋଇଥିଲେ ।