ସମ୍ବଲପୁର (ଏଟିଆର ବ୍ୟୁରୋ): ସମଗ୍ର ରାଜ୍ୟରେ ପାର୍ବଣର ମାହୋଲ ଚାଲିଥିବା ବେଳେ, ସମ୍ବଲପୁରର ଧୋବାପଡା ଓ ସାହିବଙ୍ଗଳା ପଡା ଗ୍ରାମରେ ଏବେ ଦୁଃଖର ମାହୋଲ । ସୂଚନା ମୁତାବକ ଆଜି ସକାଳେ ସେହି ଗାଁର ୬ଜଣ ଯୁବତୀ ମହାନଦୀର ସଡ଼କଘାଟରେ ଗାଧୋଉଥିବା ବେଳେ ଜଣେ ଯୁବତୀଙ୍କ ଗୋଡ ଖସି ଯାଇଥିଲା, ତାଙ୍କୁ ଉଦ୍ଧାର କରିବା ପାଇଁ ଆଉ ତିନିଜଣ ପାଣିକୁ ପଳାଇଥିଲେ ଏବଂ ସେ ମଧ୍ୟ ପାଣିରେ ବୁଡିଯାଇଥିଲେ, ଏମାନଙ୍କୁ ବୁଡୁଥିବାର ଦେଖି ଅନ୍ୟ ୨ଜଣ ପାଣି ମଧ୍ୟରେ ପ୍ରବେଶ କରି ଉଦ୍ଧାର କରିଥିବା ଉଦ୍ୟମ କରିଥିଲେ ମଧ୍ୟ ସମସ୍ତେ ଭାସିଯାଇଥିଲେ ।
ଏହି ସମୟରେ ସେଠାରେ ଗାଡି ଧୋଉଥିବା ଦୁଇ ଯୁବକ ଯୁବତୀମାନଙ୍କୁ ବୁଡିଯାଉଥିବାର ଦେଖି ୨ଜଣଙ୍କୁ ଉଦ୍ଧାର କରିବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହ ୩ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲା । ଅନ୍ୟ ଏକ ଯୁବତୀର ଏବେ ବି କୌଣସି ଖବର ମିଳିପାରିନାହିଁ । ଅଗ୍ନିଶମ ବାହିନୀ କର୍ମଚାରୀମାନେ ଖୋଜା ଖୋଜି ଜାରି ରଖିଛନ୍ତି ।