ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାକିସ୍ତାନ ସେନାର ବିମାନଟି ଟ୍ରେନିଙ୍ଗ ସମୟରେ ମଙ୍ଗଳବାର ରାୱଲପିଣ୍ଡ ଠାରେ ଦୁର୍ଘଟଣାଗସ୍ତ ଘଟିଛି । ଏହି ଦୁର୍ଘଟଣାରେ କ୍ର୍ୟୁ ମେମ୍ବର ଏବଂ ଅନ୍ୟ ନାଗରିକଙ୍କ ସମେତ ୧୭ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ସେନାଙ୍କ ଦ୍ୱାରା ଜାରି ହୋଇଥିବା ବୟାନରୁ ଜାଣିବାକୁ ମିଳିଛି । ଅନ୍ୟପଟେ ଏହି ଦୁର୍ଘଟଣାରେ ୧୨ ଜଣ ଗୁରୁତର ଭାବେ ଆହତ ହେବା ସହ ୫ ଟି ଘର କ୍ଷତିଗ୍ରସ୍ତ ହୋଇଛି । ଆହତମାନଙ୍କୁ ଚିକିତ୍ସା କରିବା ଲାଗି ରାୱଲପିଣ୍ଡର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବିମାନଟି ଦୁର୍ଘଟଣା ଗସ୍ତ ହେବା ପରେ ସେଥିରେ ନିଆଁ ଲାଗି ଯାଇଥିଲା । ରିପୋର୍ଟ ମୁତାବକ ଇସଲାମବାଦର ନିକଟବର୍ତ୍ତି ହେଉଛି ରାୱଲପିଣ୍ଡ । ଯେଉଁଠି ପାକିସ୍ତାନ ସେନାର ମୁଖ୍ୟ କାର୍ଯ୍ୟାଳୟ ଅବସ୍ଥିତ ।
ରାୱଲପିଣ୍ଡର ଜିଲ୍ଲା କମିଶନର ଅଲ୍ଲୀ ରାନ୍ଧୱା କହିଛନ୍ତି କି ସେନା ବିମାନ ଟ୍ରେନିଙ୍ଗ ଚାଲିଥିବା ବେଳେ ପାଖାପାଖି ମଧ୍ୟରାତ୍ରି ୨.୩୦ ରୁ ୨.୪୦ ମଧ୍ୟରେ ରାୱଲପିଣ୍ଡର ମୋରା କାଲୁ ଗ୍ରାମରେ କ୍ରାସ ହୋଇଥିଲା ।
ହୁଏତ ଏହି ଦୁର୍ଘଟଣାରେ ଅଧିକାଂଶ କେତେ କ୍ଷତିଗ୍ରସ୍ତ ଏବଂ ବିମାନର ମଡେଲ କଣ ଥିଲେ ସେନେଇ କୌଣସି ସୂଚନା ମିଳିପାରି ନାହିଁ ।
ସେନାର ସଂଚାର ଶାଖା ବୟାନରେ କୁହାଯାଇଛି କି ସେନା ଏବଂ ନାଗରିକଙ୍କ ଏହି ଦୁର୍ଘଟଣାରୁ ଉଦ୍ଧାର କରିବା ପାଇଁ ଉଦ୍ଧାର ଟିମ୍ ଘଟଣାସ୍ଥଳରେ ପହଁଚି ନିଆଁ ଲିଭାଇବା ସହ ଆହତଙ୍କୁ ହସ୍ପିଟାଲରେ ପହଁଚାଇଛନ୍ତି ।