କେନ୍ଦୁଝର (ଏଟିଆର ବ୍ୟୁରୋ); ଦୀର୍ଘ ୪୫ ଦିନ ପରେ ମିଳିଲା ଛାତ୍ରଙ୍କ ମୃତ ଦେହ । କେନ୍ଦୁଝର ଭୀବକୁଣ୍ଡରେ ସେଲଫି ନେଉଥିବା ବେଳେସେ ଭାସି ଯାଇଥିଲେ । ମାତ୍ର ଦୀର୍ଘଦିନ ପରେ ଆଜି ତାଙ୍କର ମୃତ ଦେହ ମିଳିଛି । ପୋଲିସ ଖରବ ପାଇବା ପରେ ମୃତଦେହକୁ ଉଦ୍ଧାର ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ମୃତ ଦେହ ମିଳିବା ପରେ ପରିବାର ଏବଂ ସାଙ୍ଗ ସାଥୀମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି । ତେବେ ଗଳିତ ଶବଟି ପାଣିରେ ପଡି ସମ୍ପୂର୍ଣ୍ଣ ଭାବରେ ନଷ୍ଠ ହୋଇ ଯାଇଥିବା ଦେଖିବାକୁ ମିଳିଛି ।
ସୂଚନା ଯୋଗ୍ୟ ଡିସେମ୍ବର ୨୮ ତାରିଖରେ ମଧୁପାଟଣା ବିଦ୍ୟାର୍ଥୀ କୋଚିଂ କ୍ଳାସେସର ଛାତ୍ର ଛାତ୍ରୀମାନେ ବଣ ଭୋଜି କରିବା ପାଇଁ ଭୀମକୁଣ୍ଡ ଆସିଥିଲେ । ତେବେ ସେମାନଙ୍କ ସହ ଆସିଥିବା ରୋହନ ସେଲଫି ନେବା ବେଳେ ଅସାବଧାନତା କାରଣରୁ ପାଣିରେ ଭାସି ଯାଇଥିଲେ । ତେବେ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବଞ୍ଚାଇ ପାରିନଥିଲେ । ପାଣିର ପ୍ରଖର ସୁଅରେ ସେ ଭାସି ଯାଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀମାନେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ମାତ୍ର ଆଜି ସକାଳେ ରୋହନଙ୍କ ମୃତ ଦେହ ଭାସୁଥିବା ସ୍ଥାନୀୟ ଲୋକ ଦେଖିଥିଲେ । ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ ।
ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲା । ପରେ ପରିବାର ଲୋକଙ୍କୁ ଫୋନ କରି ଜଣାଇଥିଲେ । ପୁଅର ଶବକୁ ଶେଷଥର ଦେଖିବା ପାଇଁ ପରିବାର ଲୋକ ଧାଇଁ ଆସିଥିଲେ । ତେବେ ରୋହନ ହେଉଛନ୍ତି ଦୀପକ ନାରାୟଣ ମିଶ୍ରଙ୍କ ପୁଅ । ତାଙ୍କ ଘର ନୂଆପଡା ଲେବର କଲୋନୀରେ । ରୋହନ +୨ କଳା ବିଭାଗରେ ପାଠ ପଢ଼ୁଥିଲେ । ବଣ ଭୋଜି କରିବା ପାଇଁ ସାଙ୍ଗମାନଙ୍କ ସହ ଆସିଥିବା ବେଳେ ସେଲଫି ନେବାକୁ ଯାଇ ଜୀବନ ଚାଲି ଯାଇଛି । ଏହି ସେଲଫି ପାଇଁ ବହୁ ଲୋକଙ୍କ ଜୀବନ ଚାଲି ଯାଇଥିବାର ନଜିର ରହିଛି । ବିଶେଷତଃ ଯୁବପିଢ଼ୀମାନେ ବାହାଦୁରୀ ଦେଖାଇବା ପାଇଁ ବିପଦ ସ୍ଥାନରେ ସେଲଫି ନେଇଥାନ୍ତି । ଏଣୁ ଶେଷରେ ମୃତ୍ୟୁକୁ ସାମ୍ନା କରିବାକୁ ପଡିଥାଏ ।