କେନ୍ଦ୍ରାପଡା ( ଏଟିଆର ବ୍ୟୁରୋ): ରାତି ପାହିଲେ ବାହାରିଥାନ୍ତା ପରୀକ୍ଷା ଫଳ । ସହିଲା ନାହିଁ ଦଇବ । ସଡକ ଦୂର୍ଘଟଣାରେ ଚାଲିଗଲା ଜୀବନ । ଏମିତି ଏକ ଅଭାବନୀୟ ସଡକ ଦୂର୍ଘଟଣା ଘଟିଛି କେନ୍ଦ୍ରାପଡା ରାଜନଗର ଅଞ୍ଚଳରେ । ମୃତ ପରୀକ୍ଷାର୍ଥୀଙ୍କ ନାମ ହେଉଛି ବିଶ୍ୱଜିତ ମାଝି । ବିଶ୍ୱଜିତ ଗତକାଲି ବିଳମ୍ବିତ ରାତିରେ ଏକ ବୋଲେର ଯୋଗେ କଟକରୁ ଘରକୁ ଫେରୁଥିବା ବେଳେ ସଡକ ଦୂର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି ।
ସେ ଆସୁଥିବା ବୋଲେର ଟି ରାସ୍ତା କଡରେ ଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ବିଶ୍ୱଜିତଙ୍କର ମୃତ୍ୟୁ ହୋଇଥିଲା । ଦୂର୍ଘଟଣା ପରେ ଘଟଣା ସ୍ଥଳରୁ ଗାଡି ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ବିଶ୍ୱଜିତ କେନ୍ଦ୍ରାପଡା ରାଜନଗର ରାଜେଶ୍ୱରୀ ଗ୍ରାମର ରବିନ୍ଦ୍ର ମାଝିଙ୍କ ପୁଅ ବୋଲି ଜଣା ପଡିଛି । ସବୁଠାରୁ ବଡ କଥା ହେଉଛି ମୃତ ବିଶ୍ୱଜିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ । ଯାହାର ଫଳାଫଳ ଆଜି ପ୍ରକାଶ ପାଇବ ।
ସେ ରାଜନଗର ବନବିହାରୀ ଜିଉ ହାଇସ୍କୁଲର ଛାତ୍ର ବୋଲି ଜଣାପଡିଛି । ବିଶ୍ୱଜିତଙ୍କ ମୃତ୍ୟୁରେ ତାଙ୍କ ପରିବାର ସମେତ ପୁରା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟକୁ ତାଙ୍କ ସହ ପରୀକ୍ଷା ଦେଇଥିବା ପିଲମାନେ ଏବେ ବି ସହଜରେ ଗ୍ରହଣ କରି ପାରୁନାହାନ୍ତି । ତେବେ ଘଟଣା ସ୍ଥଳରେ ପୋଲ ିସ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠେଇଛି । କଟକ ଚାନ୍ଦବାଲି ରାସ୍ଥାରେ ଏହି ଅଭାବନୀୟ ଘଟଣା ଘଟିଛି ।