ଅନୁଗୋଳ (ଏଟିଆର ବ୍ୟୁରୋ); ଗତକାଲି ପ୍ରକାଶ ପାଇଥିଲା ମେଟ୍ରିକ ରେଜଲ୍ଟ । ଫଳାଫଳ ଶୁଣିବା ପରେ କିଏ ଖୁସିରେ ଫାଟି ପଡିଛି ତ ଆଉ କିଏ ମାର୍କ କମ ପାଇଁ ଦୁଃଖରେ ଭାଙ୍ଗି ପଡିଛନ୍ତି । ତେବେ ଅନୁଗୋଳ ଜିଲ୍ଲାରଜରପଡା ଥାନା କୁଶକିଳା ଗାଁର ଜଣେ ଛାତ୍ର ଫେଲ ହେବା ପରେ ଆତ୍ମହତ୍ୟା କରିଥିବା ଶୁଣିବାକୁ ମିଳିଛି । ମୃତ ଛାତ୍ର ହେଲେ ଅରକ୍ଷିତ ସାହୁ । ସେ ଫେଲ ହେବା ଖବର ଶୁଣିବା ପରେ ଆତ୍ମହତ୍ୟା କରିଛନ୍ତି ।
ସୂଚନା ଅନୁଯାୟୀ,କୁଶକିଳା ଗାଁର ଶ୍ୟାମ ସୁନ୍ଦର ସାହୁଙ୍କ ପୁଅ ହେଉଛନ୍ତି ଅରକ୍ଷିତ ସାହୁ । ଚଳିତ ବର୍ଷ ସେ ମେଟ୍ରିକ ପରୀକ୍ଷା ଦେଇଥିଲେ । ମାତ୍ର ସେ ସମୁଦାୟ ୧୦୮ ମାର୍କ ରଖିଥିଲେ । ତେବେ ସେ ଫେଲ ହେବା ନିନ୍ଦା ସହିନପାରି ଗାଁ ମୁଣ୍ଡରେ ଥିବା କାଜୁ ଫିଲ୍ଡକୁ ଯାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ସେ କୁଶକିଳା ହାଇସ୍କୁଲରେ ପଢ଼ୁଥିଲେ ବୋଲି ଜଣା ପଡିଛି ।
ଗାଁଲୋକ କାଜୁ ଜଙ୍ଗଲରେ ଅରକ୍ଷିତଙ୍କ ଝୁଲନ୍ତ୍ା ମୃତଦେହ ଗଛରେ ଓହଳିଥିବା ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପୁଅକୁ ଉଦ୍ଧାର କରି ପରିବାର ଲୋକ ବହୁତ କାନ୍ଦକଟା କରିଥିଲେ । ପୁଅକୁ ହରାଇବା ପରେ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନାହିଁ । ସୂଚନଯୋଗ୍ୟ,ଚଳିତ ବର୍ଷ ପାସ ହାର କମିଛି । ପୁଅଙ୍କ ଅପେକ୍ଷା ଝିଅମାନେ ଭଲ କରିଛନ୍ତି । ପୂର୍ବରୁ ମଧ୍ୟ ଏହି ମେଟ୍ରିକ ରେଜଲ୍ଟରେ ଖରାପ ପାଇଁ ବହୁ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି ।