ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ପ୍ରାୟ ଏକ ମାସ ବିତି ଗଲାଣି । ତାଙ୍କ ଆତ୍ମହତ୍ୟାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ । ଏହା ସତରେ ଆତ୍ମ ହତ୍ୟା ଥିଲା ନା ଥିଲା ଏକ ସଡତନ୍ତ୍ର ହତ୍ୟା । ତେବେ ଦିନକୁ ଦିନ ବଢିବାରେ ଲାଗିଛି ସନ୍ଦେହ ଓ ଖୋଲିବାରେ ଲାଗିଛି ରହସ୍ୟ । ସୁଶାନ୍ତଙ୍କ କେସକୁ ନେଇ ପୁଣି ଏକ ନୂଆ ମୋଡ ଆସିଛି । ତାଙ୍କ ମୃତ୍ୟୁର ତଦନ୍ତ ପାଇଁ ପରିବାର ଲୋକେ ଓ ତାଙ୍କ ଫ୍ୟାନ୍ସମାନେ ଦାବି କରିଥିବା ସହିତ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ମଧ୍ୟ ସିବିଆଇ ତଦନ୍ତ ପାଇଁ ଦାବି ସରକାରଙ୍କୁ ଦାବି କରିଥିଲେ କିନ୍ତୁ ଏହାକୁ ନେଇ ନେଇ ମହାରଷ୍ଟ୍ର ସରକାର ତାର ଭିନ୍ନ ମନ୍ତବ୍ୟ ରଖିଛି ତେଣୁ ସୁବ୍ରମଣ୍ୟମ ସ୍ୱାମୀ ନିଶ୍ଚିତ ଯେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଏକ ‘ହତ୍ୟା’। ସ୍ୱର୍ଗତ ଅଭିନେତାଙ୍କ ମୃତ୍ୟୁକୁ ନେଇ ସିବିଆଇ ତଦନ୍ତ ଡାକିବା ପରେ ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି ଯେ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ବୋଲି ସେ ଭାବୁଛନ୍ତି।
ସେ ଟ୍ୱିଟରକୁ ଯାଇ ପ୍ରମାଣ ବାଣ୍ଟିଥିଲେ ଯାହା ହତ୍ୟା ଦ୍ୱାରା ଅଭିନେତାଙ୍କ ମୃତ୍ୟୁକୁ ସୂଚାଉଛି । ସୁବ୍ରମଣ୍ୟମ ସ୍ୱା ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ବୋଲି ୨୬ଟି ପ୍ରମାଣର ଲମ୍ବା ତାଲିକା ଓ ହତ୍ୟା କରିବାର ୨୪ଟି ଉପାୟ ତାଲିକା ସେ ତାଙ୍କ ଟ୍ୟୁଟର ଆକାଉଣ୍ଟରେ ପୋଷ୍ଟ ସେୟାର କରିଛନ୍ତି । ସୁଶାନ୍ତ ଗଳାରେ ପଡିଥିବା ଚିନ୍ହ, ସୁଶାନ୍ତଙ୍କ ମୃତ୍ୟୁର ପୂର୍ବରୁ ସିସିଟିଭ ବନ୍ଦ କରିବା ଘଟଣା ଓ ଗଳାର ଚିନ୍ହ ସହିତ ବ୍ୟବହାର ହୋଇଥିବା କପଡା ମେଳ ଖାଉନଥିବା ତାଙ୍କ ସନ୍ଦେହକୁ କାଏମ ରଖିଛି
ଅନ୍ୟ ଏକ ଟୁଇଟ୍ରେ ସାଂସଦ କହିଛନ୍ତି, “ମୁମ୍ବାଇ ପୋଲିସ ୮୦% ଚାହୁଁଛନ୍ତି ଯେ ଏହି ମାମଲା ସିବିଆଇକୁ ପଠାଯାଉ, କିନ୍ତୁ ମୁମ୍ବାଇ ପୋଲିସ ଉପରେ ଚାପ ପଡୁଥିବା କଥା ମଧ୍ୟ ସେ କହିଛନ୍ତି ।