ବାଲେଶ୍ୱର ( ଏଟିଆର ବ୍ୟୁରୋ): ପୁଣି ଅଂଶୁଘାତରେ ଗଲା ଆଉ ଜଣଙ୍କ ଜୀବନ । ବାଲେଶ୍ୱର ଔପଦା ଅଞ୍ଚଳରେ ଏମିତି ଏକ ଦୁଃଖଦ ଘଟଣା ଘଟିଛି । ବିଲରେ କାମ କରୁଥିବା ବେଳେ ଚାଲିଗଲା ଜୀବନ । ସୂଚନା ଅନୂସାରେ ବାଲେଶ୍ୱର ଔପଦା ଅସ୍ତ ପାଟଣା ଗ୍ରାମର ଯଦୁନାଥ ବାରିକ ଆଜି ବିଲକୁ କାମ କରିବାକୁ ଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ପ୍ରଥମେ ତାଙ୍କର ମୁଣ୍ଡ କଣ ହୋଇ ଯାଇଥିଲା ଦେହ ଓ ମୁଣ୍ଡ କଣ ହୋଇ ଯିବାରୁ ବିଲ ଭିତରେ ହିଁ ସେ ଟଳି ପଡିଥିଲେ ।
ସେଠାରେ ସେ ପଡିଯିବାରୁ ବିଲକୁ କାମ କରିବାକୁ ଯାଇଥିବା ଅନ୍ୟ ଲୋକମାନେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଯଦୁନାଥଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପୂର୍ବରୁ ବାଲେଶ୍ୱରରେ ଆଉ ଜଣଙ୍କର ମଧ୍ୟ ଅଂଶୁଘାତରେ ମୃତ୍ୟୁ ହୋଇଥିଲା ।
ରାଜ୍ୟରେ ପ୍ରତିଦିନ କେଉଁଠୁ ନାଁ କେଉଁଠୁ ଜଣେ ଅଂଶୁଘାତରେ ମୃତ୍ୟୁ ବରଣ କରୁଛନ୍ତି । କିଛି ଦିନ ହେଲା ରାଜ୍ୟରେ ଖରାର ପ୍ରକୋପ ଖୁବ ଅଧିକ ରହୁଛି ତେଣୁ ଦିନ ୧୧ ଟା ବେଳକୁ ଦିନେଦିନେ ତାପ ମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ସେହିଭଳି ପଶ୍ଚିମ ଓଡିଶାରେ ୪୫ ଡିଗ୍ରୀ ମଧ୍ୟ ତାପମାତ୍ରା ଛୁଉଁଛି । ତେବେ ଉପକୂଳ ଓଡିଶାରେ ଆଜି ପାଗ ଟିକେ କୋହଲା ରହିଛି । ଜଗତସିଂହପୁର , କେନ୍ଦ୍ରାପଡାରେ ତାପମାତ୍ରା ସମାନ୍ୟ ହ୍ରାସ ପାଇଛି ।