ମୟୂରଭଞ୍ଜ (ଏଟିଆର ବ୍ୟୁରୋ); ସ୍ଥାନୀୟ କପ୍ତିପଦା ଥାନା ଅନ୍ତର୍ଗତ ସୋଲଗଡ଼ିଆ ନିକଟସ୍ଥ ଶାଳଚୁଆ-କପ୍ତିପଦା ରାସ୍ତାର ବଉଳ ଛକରେ ଦୁର୍ଘଟଣା ଘଟି ଗୁରୁବାର ସଂନ୍ଧ୍ୟାରେ ୩ ଜଣ ଯୁବକଙ୍କ ପ୍ରାଣହାନି ଘଟିଛି। ମୃତ ଯୁବକମାନେ ହେଲେ କପ୍ତିପଦା ଥାନା ଅନ୍ତର୍ଗତ ପରାଶିବାଡ଼ି ଗ୍ରାମର ସୁରେନ୍ଦ୍ର ସିମିନାକିଆଙ୍କ ପୁଅ ରାଜୁ(୨୨), ଧଣିଆ ପଧୁରିଆଙ୍କ ପୁଅ ଭଜ(୨୨) ଓ ସୋଲଗଡ଼ିଆ ଗାଁର ଆନନ୍ଦ ବିଶ୍ବାଳଙ୍କ ପୁଅ ରାଜେନ୍ଦ୍ର (୨୫)। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ।
ଘଟଣାରୁ ପ୍ରକାଶ, ସଂଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଗୋଟିଏ ବାଇକ୍ (ଓଡି-୧୧-ଏମ୍-୯୬୬୦) ଯୋଗେ ରାଜୁ, ଭଜ ଓ ରାଜେନ୍ଦ୍ର ଶାଳଚୁଆ ହାଟରୁ ଘରକୁ ଫେରୁଥିଲେ। ମାତ୍ର ବଉଳ ଛକରେ ଗୋଟିଏ ଟ୍ରାକ୍ଟରସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ରାଜୁ ଓ ଭଜଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ରାଜେନ୍ଦ୍ର ଗୁରୁତର ଅବସ୍ଥାରେ ପଡ଼ି ରହି ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଦୁର୍ଘଟଣା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ତାଙ୍କୁ ଦମକଳ ଯୋଗେ ଉଦଳା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।
ଏହି ଖବର ପ୍ରଚାରିତ ହେବା ପରେ ପ୍ରାୟ ୩ ଶହରୁ ଊର୍ଦ୍ଧ୍ବ ଲୋକ ରୁଣ୍ଡ ହୋଇ ମୃତକ ପରିବାରକୁ କ୍ଷତିପୂରଣ ଦାବିରେ ଦୁର୍ଘଟଣାସ୍ଥଳରେ ରାସ୍ତାରୋକ କରିଥିଲେ। କପ୍ତିପଦା ଥାନା ଏଏସ୍ଆଇ ସୁନାରାମ ମାଝୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଉଦଳା ପଠାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଆନ୍ଦୋଳନକାରୀମାନେ ଶବକୁ ଛାଡ଼ି ନଥିଲେ। ପୁଲିସ ଯେତେ ବୁଝାସୁଝା କରିଥିଲେ ମଧ୍ୟ ଲୋକେ କ୍ଷତିପୂରଣ ଦାବିରେ ଲୋକେ ଅଡ଼ି ବସିଥିଲେ।
JUST IN
-
ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର | 23 Mar 2024
-
ହୀରାକୁଦରେ ବ୍ୟାପୁଛି ଡାଇରିଆ | 23 Mar 2024
-
ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ, ଆଜିଠୁ ନିର୍ବାଚନୀ ମୈଦାନରେ ପ୍ରଚଣ୍ଡ ଲଢେଇ | 23 Mar 2024
-
ଭୁଟାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର୍ ସ୍ୱାଗତ | 22 Mar 2024
-
ରାଜ୍ୟରେ ବଢିବ ତାତି | 22 Mar 2024
-
ତାତିରୁ ମିଳିବ ଆଶ୍ୱସ୍ତି, ରାଜ୍ୟରେ ଆଗାମୀ ୫ ଦିନ ବର୍ଷା ସମ୍ଭାବନା | 14 Mar 2024
-
ରାଜ୍ୟରେ ନୂତନ ୨୨ଟି ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ | 13 Mar 2024
-
ରାଜ୍ୟରେ ଆଗକୁ ଆହୁରି ବଢିବ ତାତି | 12 Mar 2024
-
ଓଡିଶାରେ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି | 12 Mar 2024
-
ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା,ବୃଦ୍ଧି ହେଲା ଆଶାକର୍ମୀଙ୍କ ଦରମା | 07 Mar 2024
-
ଜାଣନ୍ତୁ କେତେ ରହିଛି ଆଜିର ପେଟ୍ରୋଲ ଓ ଡିଜେଲ ଦର | 07 Mar 2024
-
ଆସନ୍ତାକାଲି ଜାଗର,ନିର୍ଦ୍ଧାରିତ ସମୟରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ | 07 Mar 2024