ଖୋର୍ଦ୍ଧା (ଏଟିଆର ବ୍ୟୁରୋ); ଟ୍ରେନ ଲାଇନରୁ ମିଳିଲା ଯୁବକଙ୍କ ମୃତ ଦେହ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଭୁଇଁଆ ଷ୍ଟେସନ ନିକଟରୁ ଉଦ୍ଧାର ହୋଇଛି ମୃତ ଦେହ । ମୃତ ଯୁବକ ହେଲେ ରଣପୁର ବ୍ଳକ ପଥରପୁଜି ଗାଁର ଲିପୁ ଦାସ । ପୋଲିସ ଖବର ପାଇବା ପରେ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ସେ ଆତ୍ମହତ୍ୟା କରିଛନ୍ତି କି କେହି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଟ୍ରେନ ଲାଇନରେ ଫୋପାଡି ଦେଇଛି ତାହା ଜଣା ପଡିନାହିଁ ।
ଶନିବାର ସକାଳେ ଟ୍ରେନ ଲାଇନରେ ଯୁବକଙ୍କ ମୃତ ଦେହ ଦେଖିବା ପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ପାରିପାର୍ଶିକ ପରିସ୍ଥିତିରୁ ପୋଲିସ ଅନୁମାନ କରିଛି କି ଲିପୁ ଆତ୍ମହତ୍ୟା କରିଛନ୍ତି । ତେବେ ଘରେ କୌଣସି ଅସୁବିଧା କାରଣରୁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
କେତେକ ଲୋକ ଟୁପୁରୁ ଟାପୁରୁ ହେଉଛନ୍ତି କି କେହି ପୂର୍ବ ଶତ୍ରୃକାକୁ କେନ୍ଦ୍ର କରି ମାରିବା ପରେ ଟ୍ରେନ ଲାଇନରେ ଫୋପାଡି ଚାଲିଯାଇଛି । ଏବଂ ଏହାକୁ ଆତ୍ମହତ୍ୟାର ରୂପ ଦେଉଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି । ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି ।