ଅନୁଗୁଳ (ଏଟିଆର ବ୍ୟୁରୋ); ବିଦ୍ୟୁତ ତାର ଆଘାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଇଟାଭାଟି ମାଲିକ ଏବଂ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ହରିହରପୁର ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା । ମୃତକ ଦ୍ୱୟ ହେଲେ ଇଟାଭାଟି ମାଲିକ ଅନନ୍ତ ଚରଣ ସାହୁ(୪୦) ଏବଂ ଶ୍ରମିକ ମଞ୍ଜୁରୀ ମୁଣ୍ଡା । ପୋଲିସ ଖବର ପାଇବା ପରେ ଉଭୟଙ୍କ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଘଟଣାର ତଦନ୍ତ ଜାରି ।
ରବିବାର ରାତିରେ ଘଟିଛି ଏହି ଅଘଟଣ । ଅନନ୍ତ ଶାବଳରେ ଖୋଳୁଥିବା ଥିଲେ । ମାଟି ତଳେ ଯାଇଥିବା ୧୧ କେଭି କେବୁଲରେ ବାଜିଥିଲା ଶାବଳ । ବିଦ୍ୟୁତ ତାର ସସ୍ପର୍ଶରେ ଆସିଥିଲେ ଅନନ୍ତ । ତାକୁଚ କରେଣ୍ଟ ଲାଗିଥିବା ଦେଖି ମଞ୍ଜୁ ବଞ୍ଚାଇବା ପାଇଁ ଧାଇଁ ଯାଇଥିଲେ । ତେବେ ସେ ମଧ୍ୟ ବିଦ୍ୟୁତ ଆଘାତ ପାଇଥିଲେ । ଉଭୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା ।
ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଁଞ୍ଚି ଯାଇଥିଲେ । ଲୋକଙ୍କ କାନ୍ଦ ବୋବାଳି ମଧ୍ୟ ପଡିଥିଲା । ଅକାଳରେ ଉଭୟଙ୍କ ଜୀବନ ଯାଇଥିବାରୁ ଗାଁରେ ଶୋକର ଛାୟା ଖେଳି ଯାଇଛି । ପୋଲିସ କବର ପାଇବା ପରେ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।