ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଫଗାନିସ୍ତାନରେ ବୋମା ବିସ୍ଫୋରଣ । ସେଠାକାର ପୋଲିସ କାର୍ଯ୍ୟାଳୟ ନିକଟରେ ଏକ ଟ୍ରକରେ ବୋମା ବିସ୍ଫୋରଣ ହେବା ଦ୍ୱାରା ବୁଧବାର ଦିନ ଦୁଇ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ଏହାସହିତ ଏଥିରେ ୨୦ ଜଣ ଛୋଟ ଛୁଆ ଗୁରୁତର ଭାବେ ଆହତ ହୋଇଛନ୍ତି । ଲଗମାନ ପ୍ରାନ୍ତର ଗଭର୍ଣ୍ଣର ପ୍ରବକ୍ତା ଅସଦୁଲ୍ଲାହ କହିଛନ୍ତି କି, ପୋଲିସ କାର୍ଯ୍ୟାଳୟ ନିକଟରେ ହୋଇଥିବା ବୋମା ବିସ୍ଫୋରଣରେ ଅନେକ କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣରେ ପାଖାପାଖି ୨୦ ଛାତ୍ର ଛାତ୍ରୀ ଏବଂ ୬ ପୋଲିସ ଅଧିକାରୀ ଆହତ ହୋଇଛନ୍ତି ।
ସେପଟେ ଏହି ବିସ୍ଫୋରଣ ପାଇଁ ତାଲିବାନ୍ କୁ ଦୋଷୀ କରିଛି ଗୃହମନ୍ତ୍ରାଳୟ । ମାତ୍ର ବିଦ୍ରୋହୀ ସମୂହ ପକ୍ଷରୁ କୌଣସି ଟିପ୍ପଣୀ ଆସି ନାହିଁ । ବର୍ତ୍ତମାନ ଆଫଗାନିସ୍ଥାନରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା ପାଇଁ ଅପେକ୍ଷା କରାଯାଇଛି । ଗତମାସରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିଲା ।