ନୂଆପଡା (ଏଟିଆର ବ୍ୟୁରୋ); ମାମୁଁ ଘରକୁ ବୁଲି ଆସିଥିଲେ ଦୁଇ ଭଉଣୀ । ଆଈ ସାଙ୍ଗରେ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଗୋଡ ଖସି ଯିବାରୁ ପାଣିରେ ବୁଡି ଦୁଇ ଭଉଣୀ ପ୍ରାଣ ହରାଇଛନ୍ତି । ଦୁଇ ନାତୁଣୀକୁ ବଞ୍ଚାଇବା ପାଇଁ ଆଇ ବହୁତ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ତେବେ ଏଭଳି ଦୁଃଖଦ ଘଟଣା ଘଟିଛି ନୂଆପଡା ଜିଲ୍ଲା ଖଡିଆଡ ଥାନା ଅନ୍ତର୍ଗତ ନୂଆପଡା ଗାଁରେ । ମୃତକ ଦ୍ୱୟ ହେଲେ ଶୀତଲ ବଘେଲ ଏବଂ ତନିସା ବଘେଲ ।
ଶୀତଲ ଏବଂ ତନିସାଙ୍କ ଘର ଛତିଶଗଡ ରାୟପୁରରେ । ତେବେ ସେମାନଙ୍କ ମାମୁଁଘର ନୂଆପଡାରେ । ଖରା ଛୁଟିରେ ଦୁଇ ଭଉଣୀ ବୁଲିବା ପାଇଁ ଆସିଥିଲେ । ବୁଧବାର ଆଈ ସାଙ୍ଗରେ ଦୁଇ ଭଉଣୀ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ତନିସାଙ୍କ ଗୋଡ ଖସିଯିବାରୁ ତାଙ୍କୁ ଶୀତଲ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସେ ବଞ୍ଚାଇ ପାରିନଥିଲେ । ଶେଷରେ ଦୁଇ ଭଉଣୀ ବୁଡି ଯାଇଥିଲେ ।
ଆଈ ଦୁଇ ନାତୁଣୀଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ଶେଷର କାନ୍ଦି କାନ୍ଦି ଡାକିପରେ ପାଖରେ ଥିବା ଲୋକ ଉଭୟଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ସେତିକି ବେଳକୁ ଦୁଇ ଭଉଣୀଙ୍କ ପ୍ରାଣ ଚାଲିଯାଇଥିଲା । ସ୍ଥାନୀୟ ପୋଲିସ ଖବର ପାଇବା ପରେ ଉଭୟଙ୍କ ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ବଢ଼ିଲା ଝିଅଙ୍କ ଅକାଳରେ ମୃତ୍ୟୁ ହୋଇଥିବାରୁ ପରିବାର ଲୋକ କାନ୍ଦ ବୋବାଳି ପକାଇଛନ୍ତି ।